ଲକ୍ଷେ ଡେଇଁଲା କରୋନା ରୋଗୀଙ୍କ ସଂଖ୍ୟା, ଭାରତରେ ବି ଭୟ ବଢ଼ୁଛି

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିବାକୁ ବସିଛି। ବିଶ୍ୱର ପ୍ରାୟ ୯୦ରୁ ଅଧିକ ଦେଶ ଏବେ କରୋନା ପଞ୍ଝାରେ ରହିଛନ୍ତି। ଭାରତ ବି ଏଥିରୁ ମୁକୁଳି ପାରିନାହିଁ। ଦିନକୁ ଦିନ ଭାରତରେ ବି କରୋନା ଭାଇରସ ଭୟ ବଢ଼ାଇବାରେ ଲାଗିଛି। ଇତି ମଧ୍ୟରେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପି ଥିବା ଖବର ସାମ୍ନାକୁ ଆସିଛି। ସେହିପରି ୩୨ ଶହରୁ ଅଧିକ ଲୋକ […]

w

w

Hemant Lenka
  • Published: Friday, 06 March 2020
  • Updated: 06 March 2020, 09:04 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିବାକୁ ବସିଛି। ବିଶ୍ୱର ପ୍ରାୟ ୯୦ରୁ ଅଧିକ ଦେଶ ଏବେ କରୋନା ପଞ୍ଝାରେ ରହିଛନ୍ତି। ଭାରତ ବି ଏଥିରୁ ମୁକୁଳି ପାରିନାହିଁ। ଦିନକୁ ଦିନ ଭାରତରେ ବି କରୋନା ଭାଇରସ ଭୟ ବଢ଼ାଇବାରେ ଲାଗିଛି।

ଇତି ମଧ୍ୟରେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପି ଥିବା ଖବର ସାମ୍ନାକୁ ଆସିଛି। ସେହିପରି ୩୨ ଶହରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଚାଇନାରେ ସର୍ବାଧିକ ୩୦୪୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ଇରାନରେ ୧୨୪ ଜଣ ଲୋକଙ୍କ ଜୀବନ କରୋନା ଭୂତାଣୁ ଯୋଗୁ ଯାଇଛି। ଆମେରିକାରେ ବି ୧୨ ଜଣ ଲୋକ କରୋନାରେ ଆକ୍ରନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହାବାଦ ଆଜି ସର୍ବିୟାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। କ୍ୟାମେରୁନରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚାଇନାର ସଂଘାଇରେ ଆଜି ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆସୋଲେଟେଡ୍ ହିମାଳୟ କିଙ୍ଗଡମ ଭୁଟାନରେ ମଧ୍ୟ କରୋନା ତା’ର ଉପସ୍ଥିତି ଜାହାରି କରିଛି। ଏଠାକୁ ବୁଲିବାକୁ ଆସିଥିବା ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ଭାରତରେ ସୌଭାଗ୍ୟବଶତଃ ଏଯାଏ କାହାଣ ଜୀବନ ଯାଇ ନଥିଲେ ହେଁ ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ଆଜି ଦିଲ୍ଲୀର ଉତ୍ତମ ନଗରରେ ଆଉ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ସପ୍ତାହକ ଭିତରେ ଭାରତରେ ରୋଗୀଙ୍କ ସଂଖ୍ୟା ୬ରୁ ୩୧ରେ ପହଞ୍ଚିବାରୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ତେଣୁ ସବୁ ସ୍ତରରେ ଚିନ୍ତା, ସତର୍କତା ଓ ସଚେତନତା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକ ସହ ବୈଠକ କରିଛନ୍ତି। ଖୋଦ୍‌ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ, ତା’ର ସମୀକ୍ଷା ଏହି ବୈଠକରେ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖିବା ପାଇଁ ରାଜ୍ୟ ସରକାରମାନେ ବ୍ୟବସ୍ଥା କରନ୍ତୁ ବୋଲି ଡା.ହର୍ଷବର୍ଦ୍ଧନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ନୂଆ ଲ୍ୟାବ ମଧ୍ୟ ପ୍ରତିଷ୍ଠା କରିବାକୁ କୁହାଯାଇଛି। ବୈଠକ ପରେ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଗାଇଡ ଲାଇନ ଅନୁଯାୟୀ, ଏଣିକି ସବୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ ବାଧ୍ୟତାମୂଳକ ହେବ। ଲୋକମାନେ ଅଯଥା ବିଦେଶ ଗସ୍ତ କରିବାକୁ ବାରଣ କରାଯାଇଛି। ସେହିପରି ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଲୋକମାନେ ଯଥା ସମ୍ଭବ ଅନ୍ୟମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ମାସ୍କ ବ୍ୟବହାର କରନ୍ତୁ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। କରୋନା ଆତଙ୍କ ଥମିବା ଯାଏ ସାଧାରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଉ। ଯଦି କୌଣସି ସଭା ସମିତି ଜରୁରୀ ରହିଛି, ତା’ହେଲେ ରାଜ୍ୟ ସରକାରମାନେ ଏଠାକୁ ଆସୁଥିବା ଏବଂ ଏହାକୁ ଆୟୋଜନ କରୁଥିବା ଲୋକମାନଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାର ବ୍ୟବସ୍ଥା କରନ୍ତୁ। ସ୍ଥିତି ଅନୁସାରେ ନିଷ୍ପତ୍ତି ନେବାକୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭାର ସାଂସଦ ଓ ସରକାରୀ ବାବୁମାନଙ୍କ ପାଇଁ ମଧ୍ୟ ନୂଆ ଆଡଭାଇଜରୀ ଜାରି କରାଯାଇଛି। ସଂସଦରେ ଭିଜିଟରଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏଥିସହ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ପରସ୍ପର ସହ ହାତ ମିଳାଇବା ଓ ଆଲିଙ୍ଗନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଆସନ୍ତା ସପ୍ତାହରୁ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଭେଟି ପାରିବେ ନାହିଁ। ସାଂସଦମାନେ ସେମାନଙ୍କ ଭିଜିଟରଙ୍କୁ ସଂସଦ ମଧ୍ୟରେ ବୁଲାଇ ପାରିବେ ନାହିଁ। ଗୃହରେ ସଦସ୍ୟମାନେ ପରିଷ୍କାର ଓ ପରିଚ୍ଛନ୍ନ ରହିବା ସହ ହାତ ସଫାକୁ ଗୁରୁତ୍ୱ ଦେବେ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିପରି ସରକାରୀ ବାବୁମାନେ ଆସନ୍ତା ୩୧ ତାରିଖ ଯାଏ ବାଓମେଟ୍ରିକ ଉପସ୍ଥାନ ଦେବେ ନାହିଁ। ଏହି ସମୟସୀମା ମଧ୍ୟରେ ସେମାନେ ନିଜର ଉପସ୍ଥାନ କାଗଜ କଲମରେ ଦେଇପାରିବେ। ଏହି ନିୟମ ସବୁ ସରକାରୀ ଅଫିସରେ ଲାଗୁ ହେବ। ଦିଲ୍ଲୀରେ ସ୍କୁଲ ପିଲାଙ୍କୁ ସକାଳେ ସମବେତ ହେବା ଉପରେ କଟକଣା ଜାରି ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପିଲାମାନେ ଏକାଠି ନହେବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣଘାତୀ କରୋନାକୁ ନେଇ ଓଡ଼ିଶାରେ ବି ନାହିଁ ନଥିବା ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟବାସୀ କରୋନାକୁ ନେଇ ଆଦୌ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରନ୍ସିଂ ସମୀକ୍ଷା ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି, ସୁସ୍ଥ ଲୋକମାନେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ସେହିଭଳି ଖୁବଶୀଘ୍ର ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟିଂ ସୁବିଧା ସହ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos