ଶପଥ ନେଲେ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ। ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ […]

sss

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 01:34 PM IST

ନୂଆଦିଲ୍ଲୀ: ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ। ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ ତୁର୍କୀ ଯାଇଥିଲେ।

ଉଭୟ ଶପଥ ନେଇପାରି ନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ବାଚସ୍ପତି ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉଭୟ ପଦ ଓ ଗୋପନୀୟତାର ଶପଥ ନେବା ପରେ ବନ୍ଦେ ମାତରମ, ଜୟ ହିନ୍ଦ ଓ ଜୟ ବେଙ୍ଗଲ ନାରା ଦେଇଥିଲେ। ଶପଥ ନେବା ପରେ ଉଭୟ ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।

ଦେଖନ୍ତୁ ଭିଡିଓ

https://twitter.com/i/status/1143407460834848773

https://twitter.com/i/status/1143407947256651776

Related story