ନିରାଶ ହେଲେ ଚିଦା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜାମିନ୍‌ରେ ଗଲେ ଚିଦା ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି କୋର୍ଟ ଆଶଙ୍କା କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ପାଇଁ ଚିଦାଙ୍କ ଓକିଲ ଜୋରଦାର ଉଦ୍ୟମ କରିଥିଲେ। ହେଲେ ସିବିଆଇ ଏହାକୁ ବିରୋଧ କରିଥିଲା। ଏହାପରେ […]

c

c

Hemant Lenka
  • Published: Monday, 30 September 2019
  • Updated: 30 September 2019, 05:26 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜାମିନ୍‌ରେ ଗଲେ ଚିଦା ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି କୋର୍ଟ ଆଶଙ୍କା କରିଛନ୍ତି।

ଆଜି ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ପାଇଁ ଚିଦାଙ୍କ ଓକିଲ ଜୋରଦାର ଉଦ୍ୟମ କରିଥିଲେ। ହେଲେ ସିବିଆଇ ଏହାକୁ ବିରୋଧ କରିଥିଲା। ଏହାପରେ କୋର୍ଟ କହିଥିଲେ, ଚିଦାମ୍ବରମ ଜାମିନ୍‌ରେ ଗଲେ ପ୍ରମାଣ ନଷ୍ଟ କରିପାରିବେନି ସତ। କିନ୍ତୁ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ତେଣୁ ତାଙ୍କୁ ଜାମିନ୍‌ ମିଳିବ ନାହିଁ। ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଏଥିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସିବିଆଇ ଚିଦାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା। ରିମାଣ୍ଡ ଶେଷ ହେବା ପରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ଅକ୍ଟୋବର ୩ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos