ଭୟଙ୍କର ବରଫ ସ୍ଖଳନ, କର୍ଣ୍ଣେଲ ଓ ଯବାନ ସହିଦ

ନୂଆଦିଲ୍ଲୀ: ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲ୍ୟୁଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ୧୮ ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଲୁଗନାକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ବରଫ ସ୍ଖଳନ ହୋଇଥିଲା। ଫଳରେ ୧୮ ଜଣ ଯାକ ସୁରକ୍ଷାକର୍ମୀ ଏହା ମଧ୍ୟରେ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ […]

b

b

Hemant Lenka
  • Published: Friday, 15 May 2020
  • Updated: 15 May 2020, 09:02 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲ୍ୟୁଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ୧୮ ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଲୁଗନାକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ବରଫ ସ୍ଖଳନ ହୋଇଥିଲା। ଫଳରେ ୧୮ ଜଣ ଯାକ ସୁରକ୍ଷାକର୍ମୀ ଏହା ମଧ୍ୟରେ ଚାପି ହୋଇଯାଇଥିଲେ।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବରଫ ଖଣ୍ଡ ମଧ୍ୟରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ। ୧୬ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ କର୍ଣ୍ଣେଲ ରର୍ବଟ ଟିଏ ଓ ସାପ୍ପର ସପାଲା ଶାନମୁଖ ରାଓଙ୍କ ମୃତ୍ୟୁ ଘଟିଛି।

ଏହା ନିଶ୍ଚିତ ଏକ ଦୁଃଖଦ ଖବର ଓ ଉଦ୍ଧାରକାରୀ ଦଳର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆମେ କର୍ଣ୍ଣେଲ ଓ ଜଣେ ଯବାନଙ୍କୁ ବରଫ ଖଣ୍ଡ ତଳୁ ଉଦ୍ଧାର କରିପାରି ନଥିଲୁ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos