ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ! ପଥ ପରିଷ୍କାର କଲା କେନ୍ଦ୍ର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଖୁବଶୀଘ୍ର ଫାଶୀଖୁଣ୍ଟରେ ଝୁଲାଯିବ। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି କେନ୍ଦ୍ର ସରକାର ଖାରଜ କରିଛନ୍ତି। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ବିନୟର ରାଜକ୍ଷମା ଆବେଦନ ଅଗ୍ରାହ୍ୟ କରିବାକୁ ଏକ ପ୍ରସ୍ତାବ ସଂକ୍ରାନ୍ତ ଫାଇଲ ପଠାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିବା କ୍ଷଣି ଦୋଷୀ ସାବ୍ୟସ୍ତ ହୋଇଥିବା […]

c

c

Hemant Lenka
  • Published: Friday, 06 December 2019
  • Updated: 06 December 2019, 03:35 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଖୁବଶୀଘ୍ର ଫାଶୀଖୁଣ୍ଟରେ ଝୁଲାଯିବ। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି କେନ୍ଦ୍ର ସରକାର ଖାରଜ କରିଛନ୍ତି। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ବିନୟର ରାଜକ୍ଷମା ଆବେଦନ ଅଗ୍ରାହ୍ୟ କରିବାକୁ ଏକ ପ୍ରସ୍ତାବ ସଂକ୍ରାନ୍ତ ଫାଇଲ ପଠାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିବା କ୍ଷଣି ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ତିହାର ଜେଲରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ। କେନ୍ଦ୍ର ସରକାର ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କରିବା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ।

ଦିଲ୍ଲୀ ସରକାର ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିବା ପରେ ଏହାକୁ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ପାଖକୁ ପଠାଇଥିଲା। ସେ ଏହି ଆବେଦନକୁ ଖାରଜ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଫାଇଲ ପଠାଇଥିଲେ। ଗୋଟିଏ ସପ୍ତାହ ଧରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ତର୍ଜମା କରିବା ପରେ ଶେଷରେ ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିଦେଇଛି।

ଏଥିସହ ଏହି ଫାଇଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଯାଇଛି। ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିବା ପରେ କୋର୍ଟ ଏକ ବ୍ଲାକ ୱାରେଣ୍ଟ ଜାରି କରିବେ। ଏହାପରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ।

ଏହି ଘଟଣାରେ ମୃତ୍ୟୁଦଣ୍ଡ ପାଇଥିବା ଶର୍ମା ସମେତ ମୁକେଶ ଓ ପୱନ ଗୁପ୍ତା ତିହାର ଜେଲରେ ଅଛନ୍ତି। ଶର୍ମା କ୍ଷମା ଆବେଦନ କରିଥିଲେ ହେଁ ମୁକେଶ ଓ ପୱନ କୌଣସି ଆବେଦନ କରିନଥିଲେ।

୨୦୧୨ ଡିସେମ୍ବର ୧୬-୧୭ ରାତିରେ ନିର୍ଭୟା ନାମକ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ୬ ଜଣ ଗଣଦୁଷ୍କର୍ମ ସହ ମରାଣନ୍ତକ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ଚଳନ୍ତା ବସରୁ ତଳକୁ ଫୋପାଡ଼ି ଦେଇଥିଲେ। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଡିସେମ୍ବର ୨୯ରେ ଆଖିବୁଜିଥିଲେ।

ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲା। ତା’କୁ ୩ ବର୍ଷର ଦଣ୍ଡ ପରେ ଛାଡ଼ି ଦିଆଯାଇଛି। ସେହିପରି ରାମ ସିଂହ ନାମକ ଜଣେ ବ୍ୟକ୍ତି ତିହାର ଜେଲରେ ଆତ୍ମହତ୍ୟା କରିଥିଲା।

ତଳ କୋର୍ଟ ଅନ୍ୟ ୪ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ବିନୟ, ମୁକେଶ ଓ ପୱନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅକ୍ଷୟ କୁମାର ସିଂହ ସୁପ୍ରିମକୋର୍ଟରେ ଆବେଦନ କରି ନଥିଲା। ସୁପ୍ରିମକୋର୍ଟ ୩ ଜଣଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଥିଲେ। ଅର୍ଥତା ଏମାନେ ଫାଶୀ ଖୁଣ୍ଟରେ ଝୁଲିବା ନିଶ୍ଚିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos