ଦୁଇ ଝିଅଙ୍କ ଆଗରେ ସାମ୍ବାଦିକଙ୍କୁ ଗୁଳିମାଡ଼

ଗାଜିଆବାଦ: ଦିଲ୍ଲୀର ରାଜରାସ୍ତା କେମିତି ଅସୁରକ୍ଷିତ ହୋଇପଡ଼ିଛି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଗାଜିଆବାଦରେ ଜଣେ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ଦୁଇ ଝିଅଙ୍କ ସାମ୍ନାରେ ମାଡ଼ ମାରିବା ସହ ଗୁଳି କରିଦେଇଛନ୍ତି। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।

ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ମୋଟରସାଇକେଲ ଯାଉଥିବା ବେଳେ ରାତି ପ୍ରାୟ ୧୦.୩୦ରେ ତାଙ୍କ ସହ ଦୁର୍ବୃତ୍ତମାନେ ଏଭଳି କାଣ୍ଡଭିଆଇଛନ୍ତି। ଗୁଳିମାଡ଼ ପରେ ବିକ୍ରମ ଗୁରୁତର ଆହତ ହୋଇଛନ୍ତି ଓ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।

ସିସିଟିଭ ଫୁଟେଜର ଭିଡିଓ ଅନୁଯାୟୀ, ଘଟଣାଟି ଗାଜିଆବାଦର ବିଜୟ ନଗର ଅଞ୍ଚଳରେ ଘଟିଛି। ଭିଡିଓରେ ଯୋଶୀ ତାଙ୍କ ଦୁଇ ଝିଅଙ୍କ ସହ ବାଇକରେ ଆସୁଛନ୍ତି। ଏହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଘେରିଯିବା ସହ ଯୋଶୀଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯୋଶୀଙ୍କୁ ଆକ୍ରମଣ କରିବା ବେଳେ ଗାଡ଼ିଟି ତଳେ ପଡ଼ି ଯାଇଥିଲା।

ଏହି କାରଣରୁ ଦୁଇ ଝିଅ ଘଟଣାସ୍ଥଳରୁ ଦୌଡ଼ିବା ଆରମ୍ଭ କରିଥିଲେ। ଯୋଶୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ପରେ ତାଙ୍କୁ ଗୁଳି କରିଦେଇଥିଲେ। ଦୁର୍ବୃତ୍ତମାନେ ଫେରାର ହୋଇଯିବା ପରେ ଯୋଶୀଙ୍କ ଦୁଇ ଝିଅ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

କିଛି ଦିନ ତଳେ ଯୋଶୀଙ୍କ ଭାଣେଜୀଙ୍କୁ କିଛି ଦୁର୍ବୃତ୍ତ ଖରାପ ବ୍ୟବହାର କରୁଥିଲେ। ଏନେଇ ଯୋଶୀ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଯୋଶୀଙ୍କ ଉପରେ ଆକ୍ରମଣ ହୋଇଥାଇ ପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ

ଆଜି ଗେଲ୍-ରାବଡା ଓ ଅଶ୍ୱିନ୍-ମ୍ୟାକ୍ସୱେଲ୍ ମୁକାବିଲା

୨୪ ବର୍ଷ ପରେ ରାଜ୍ୟସଭାର ସାଂସଦ ଭାବରେ ଶପଥ ନେଲେ ଦେବଗୌଡ଼ା

ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ