‘ଜମ୍ମୁ-କଶ୍ମୀରର ବିକାଶ ହୋଇଗଲେ, ପାକିସ୍ତାନର ସବୁ ଯୋଜନା ଫସର ଫାଟିବ’

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପଛରେ ପାକିସ୍ତାନ ରହିଛି। ପାକିସ୍ତାନ କେବେ ହେଲେ କଶ୍ମୀରର ବିକାଶ ଚାହୁଁନାହିଁ। ଏବେ ଧାରା ୩୭୦ ଉପତ୍ୟକାରୁ ହଟିଛି। ଆଗକୁ ଏଠାରେ ବିକାଶ ହେବ। ଥରେ ଜମ୍ମୁ-କଶ୍ମୀରର ବିକାଶ ହୋଇଗଲେ, ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଏଠାରେ କରୁଥିବା ଷଡ଼ଯନ୍ତ୍ରର ଫସର ଫାଟିଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, “ବର୍ତ୍ତମାନ କଶ୍ମୀରରେ କଟକଣା ଜାରି ରହିଛି। ଦୀର୍ଘ […]

c

c

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 01:01 PM IST

Sports

Latest News

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପଛରେ ପାକିସ୍ତାନ ରହିଛି। ପାକିସ୍ତାନ କେବେ ହେଲେ କଶ୍ମୀରର ବିକାଶ ଚାହୁଁନାହିଁ। ଏବେ ଧାରା ୩୭୦ ଉପତ୍ୟକାରୁ ହଟିଛି। ଆଗକୁ ଏଠାରେ ବିକାଶ ହେବ। ଥରେ ଜମ୍ମୁ-କଶ୍ମୀରର ବିକାଶ ହୋଇଗଲେ, ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଏଠାରେ କରୁଥିବା ଷଡ଼ଯନ୍ତ୍ରର ଫସର ଫାଟିଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, “ବର୍ତ୍ତମାନ କଶ୍ମୀରରେ କଟକଣା ଜାରି ରହିଛି। ଦୀର୍ଘ ୭୦ ବର୍ଷ ହେଲାଣି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସେଠାରେ କାର୍ଯ୍ୟ କରି ଆସୁଛନ୍ତି। କିଛି ଆଞ୍ଚଳିକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସେଠାରେ ଥିବା ବେଳେ ସୀମା ସେପଟେ ଥିବା କିଛି ଲୋକ ମଧ୍ୟ ନିଜର ସ୍ୱାର୍ଥ ପାଇଁ ଜମ୍ମୁ-କଶ୍ମୀରକୁ ବଳି ପକାଇବାକୁ ଚେଷ୍ଟା କରୁଛନ୍ତି।

ଜମ୍ମୁ-କଶ୍ମୀରରେ କଟକଣା ଲାଗିବା ପଛରେ କାରଣ ରହିଛି। କିଛି ଲୋକ ମୋବାଇଲ ଏବଂ ସୋଶାଲ ମିଡିଆକୁ ନିଜର ସ୍ୱାର୍ଥ ପାଇଁ ଅପବ୍ୟବହାର କରୁଛନ୍ତି। ସୋଶାଲ ମିଡିଆରେ ସେମାନେ ଲୋକଙ୍କୁ ଉସକାଇବାରେ ଲାଗିଛନ୍ତି। ସେମାନେ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। କଟକଣା ଲଗିଥିବାରୁ ଦୁଇ ମାସ ହେଲା ଉପତ୍ୟକାରେ ଗୋଟିଏ ହେଲେ ବି ଲୋକଙ୍କ ଜୀବନ ଯାଇନାହିଁ।

ଆମେ ଜମ୍ମୁ-କଶ୍ମୀରର ବିକାଶ ପାଇଁ ଧାରା ୩୭୦କୁ ଉଚ୍ଛେଦ କରିଛୁ। ଏଠାରେ ବିକାଶ ହେବ। ପୂର୍ବରୁ ଏଠାରେ ବିକାଶ ହୋଇ ନଥିବାରୁ ପାକିସ୍ତାନ ନିଜର ସ୍ୱାର୍ଥ ପାଇଁ ଏଠାକାର ଲୋକଙ୍କୁ ବ୍ୟବହାର କରୁଥିଲା। କିନ୍ତୁ ଏବେ ପାକିସ୍ତାନର ସବୁ ଯୋଜନା ଫସର ଫାଟିବା ଆରମ୍ଭ ହେଲାଣି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos