ରେଲୱେ ଦେବ ୧ଲକ୍ଷ ନିଯୁକ୍ତି: ଖୁବ୍‌ଶୀଘ୍ର ବିଜ୍ଞପ୍ତି

ନୂଆଦିଲ୍ଲୀ: ଚାକିରୀ ଆଶାୟୀଙ୍କ ପାଇଁ ଶୁଭ ଖବର। ଖୁବ୍‌ଶୀଘ୍ର ଇଣ୍ଡିଆନ ରେଲୱେ ପକ୍ଷରୁ  ବିଭିନ୍ନ ପଦପଦବି ପାଇଁ ୧ଲକ୍ଷ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।  ଏନେଇ ଦୈନିକ ଜାଗରଣର ଆହ୍ଲାବାଦ ସଂସ୍କରଣରେ ଏହି ଖବର ପ୍ରକାଶ ପାଇଛି। ଷ୍ଟେସନ ମାଷ୍ଟର, ଡ୍ରାଇଭର ଲୋକୋ ରନିଂ ଷ୍ଟାଫ, ଟେକ୍ନୋଲୋଜି ସୁପର ଭାଇଜର, କଣ୍ଟ୍ରୋଲ, ସିଗ୍‌ନାଲ ଇନ୍ସପେକ୍ଟର, ଆଦି ପଦପଦବି  ପାଇଁ ନିଯୁକ୍ତି ମିଳିବ । ସୁରକ୍ଷା କ୍ଷେତ୍ରରେ ଖାଲିଥିବା ପଦବି ଗୁଡ଼ିକ ଅତି ଶୀଘ୍ର ପୂରଣ କରାଯାଇପାରେ। […]

rrb-1

rrb-1

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 01:24 PM IST

Sports

Latest News

ନୂଆଦିଲ୍ଲୀ: ଚାକିରୀ ଆଶାୟୀଙ୍କ ପାଇଁ ଶୁଭ ଖବର। ଖୁବ୍‌ଶୀଘ୍ର ଇଣ୍ଡିଆନ ରେଲୱେ ପକ୍ଷରୁ  ବିଭିନ୍ନ ପଦପଦବି ପାଇଁ ୧ଲକ୍ଷ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।  ଏନେଇ ଦୈନିକ ଜାଗରଣର ଆହ୍ଲାବାଦ ସଂସ୍କରଣରେ ଏହି ଖବର ପ୍ରକାଶ ପାଇଛି। ଷ୍ଟେସନ ମାଷ୍ଟର, ଡ୍ରାଇଭର ଲୋକୋ ରନିଂ ଷ୍ଟାଫ, ଟେକ୍ନୋଲୋଜି ସୁପର ଭାଇଜର, କଣ୍ଟ୍ରୋଲ, ସିଗ୍‌ନାଲ ଇନ୍ସପେକ୍ଟର, ଆଦି ପଦପଦବି  ପାଇଁ ନିଯୁକ୍ତି ମିଳିବ ।

ସୁରକ୍ଷା କ୍ଷେତ୍ରରେ ଖାଲିଥିବା ପଦବି ଗୁଡ଼ିକ ଅତି ଶୀଘ୍ର ପୂରଣ କରାଯାଇପାରେ। ରେଲଓ୍ୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ମାଧ୍ୟମରେ ଗୃପ ‘ଡି’ର ୫୦ ପ୍ରିତିଶତ ପଦବି ଏବଂ ଅନ୍ୟ ପଦବି ଗୁଡ଼ିକ ରେଲଓ୍ୱେ ରିକ୍ରୁଟସେଲ(RRC) ମାଧ୍ୟମରେ ପୂରଣ କରାଯିବ।  ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହାର ପ୍ରତିକାର ସୂରୁପ ଏପରି ପଦକ୍ଷେପ ନିଆଯିବାକୁ ବିଚାର କରାଯାଇଛି। ପୂର୍ବରୁ ପ୍ରତି ଦଶଟି ରେଳ ଦୁର୍ଘଟଣାରୁ ୬ଟି ରେଲୱେର ଅବହେଳା ପାଇଁ ଘଟୁଥିବା ନୀତି ଆୟୋଗ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos