କର୍ଣ୍ଣାଟକା ଡଙ୍ଗା ବୁଡ଼ି: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୧୭ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକାର କରୱାର ଉପକୂଳରେ ଘଟିଥିବା ଡଙ୍ଗା ବୁଡ଼ି ଟ୍ରାଜେଡୀ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ସହ ଅନ୍ୟ କିଛି ଘରୋଇ ଡଙ୍ଗା ସାହାଯ୍ୟରେ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ୧୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୀବିତ ଉଦ୍ଧାର କରାଯାଇଛି। ତେବେ ଏବେ ବି ଜଣଙ୍କର କୌଣସି ପତ୍ତା ମିଳୁ ନଥିବା ନୌସେନା ପକ୍ଷରୁ କୁହାଯାଇଛି। ପୂର୍ବରୁ ଏଏନ୍‌ଆଇ ସମ୍ବାଦ ସଂସ୍ଥା ଭାରତୀୟ ନୌସେନା […]

karnataka_boat_ANI

karnataka_boat_ANI

Hemant Lenka
  • Published: Monday, 21 January 2019
  • Updated: 21 January 2019, 09:28 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର କରୱାର ଉପକୂଳରେ ଘଟିଥିବା ଡଙ୍ଗା ବୁଡ଼ି ଟ୍ରାଜେଡୀ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ସହ ଅନ୍ୟ କିଛି ଘରୋଇ ଡଙ୍ଗା ସାହାଯ୍ୟରେ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ୧୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୀବିତ ଉଦ୍ଧାର କରାଯାଇଛି।

ତେବେ ଏବେ ବି ଜଣଙ୍କର କୌଣସି ପତ୍ତା ମିଳୁ ନଥିବା ନୌସେନା ପକ୍ଷରୁ କୁହାଯାଇଛି। ପୂର୍ବରୁ ଏଏନ୍‌ଆଇ ସମ୍ବାଦ ସଂସ୍ଥା ଭାରତୀୟ ନୌସେନା ୧୬ଟି ମୃତଦେହ ଉଦ୍ଧାର କରିଛି ବୋଲି ଖବର ପ୍ରକାଶ କରିଥିଲା। କିନ୍ତୁ ପରେ ନୌସେନା ମୃତ ଓ ଉଦ୍ଧାର ହୋଇଥିବା ଲୋକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।

ଡଙ୍ଗାଟି ୨୬ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆରବିୟାନ୍‌ ସମୁଦ୍ରରେ ଥିବା କୁରୁମାଗଡ଼ା ଦ୍ୱୀପପୁଞ୍ଜରୁ କରୱାର ଉପକୂଳକୁ ଆସୁଥିଲା। ଏହି ସମୟରେ ହିଁ ଦୁର୍ଘଟଣା ଘଟିଥିଲା। ପ୍ରଥମେ ସ୍ଥାନୀୟ ମତ୍ସ୍ୟଜୀବୀ ୬ଟି ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଉଦ୍ଧାର କାର୍ଯ୍ୟରେ ଚେତକ ହେଲିକପ୍ଟର ମଧ୍ୟ ସାମିଲ ହୋଇଛି। ଏହି ତୀର୍ଥଯାତ୍ରୀମାନେ କୁରୁମାଗଡ଼ା ଦ୍ୱୀପପୁଞ୍ଜରେ ଥିବା ନରସିଂହା ସ୍ୱାମୀ ଆଶ୍ରମର ବାର୍ଷିକ ମେଳାରେ ଯୋଗଦେବାକୁ ଯାଇଥିଲେ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos