ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

ଔରଙ୍ଗାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଉପତ୍ୟକାରେ ସ୍ଥାନୀୟ ରାଜନେତା ଓ ସମାଜିକ କର୍ମୀମାନଙ୍କୁ ଅଟକ ରଖାଯାଇଛି। ପ୍ରାୟ ୪ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ କରାଯାଉଥିବା ଚର୍ଚ୍ଚା ହେଉଛି। ହେଲେ ଏସବୁ ଚର୍ଚ୍ଚା ଉପରେ ଆଜି ବିଜେପି ନେତା ରାମ ମାଧବ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି, ମାତ୍ର ୨୦୦ରୁ ୨୫୦ ଜଣ ଲୋକଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖାଯାଇଛି। ସେମାନଙ୍କୁ […]

ra

ra

Hemant Lenka
  • Published: Tuesday, 01 October 2019
  • Updated: 01 October 2019, 04:03 PM IST

Sports

Latest News

ଔରଙ୍ଗାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଉପତ୍ୟକାରେ ସ୍ଥାନୀୟ ରାଜନେତା ଓ ସମାଜିକ କର୍ମୀମାନଙ୍କୁ ଅଟକ ରଖାଯାଇଛି। ପ୍ରାୟ ୪ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ କରାଯାଉଥିବା ଚର୍ଚ୍ଚା ହେଉଛି। ହେଲେ ଏସବୁ ଚର୍ଚ୍ଚା ଉପରେ ଆଜି ବିଜେପି ନେତା ରାମ ମାଧବ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ସେ କହିଛନ୍ତି, ମାତ୍ର ୨୦୦ରୁ ୨୫୦ ଜଣ ଲୋକଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ମିଳୁଛି। ଏପରି କି ଅଟକ ଥିବା ବ୍ୟକ୍ତିବିଶେଷଙ୍କୁ କଶ୍ମୀରରେ ଥିବା ପଞ୍ଚ ତାରକା ହୋଟେଲରେ ରଖାଯାଇଛି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମ ମାଧବ ଆହୁରି କହିଛନ୍ତି, “ପ୍ରାଥମିକ ଅବସ୍ଥାରେ ଜମ୍ମୁ-କଶ୍ମୀରର ପ୍ରାୟ ୨ହଜାରୁ ଅଢ଼େଇ ହଜାର ଲୋକଙ୍କୁ ଅଟକ ରଖାଯାଇଥିଲା। ଏବେ ମାତ୍ର ୨୦୦ରୁ ୨୫୦ ଜଣଙ୍କୁ ଅଟକ ରଖାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ବେଶ ସମ୍ମାନର ସହ ଅଟକ ରଖାଯାଇଛି। କିଛି ଅଟକାରୀ ପଞ୍ଚ ତାରକା ହୋଟେଲରେ ମଧ୍ୟ ରହୁଛନ୍ତି।

କିଛି ଲୋକଙ୍କୁ ଅଟକ ରଖାଯାଇଥିବାରୁ ଧାରା ୩୭୦ ଉଚ୍ଛେଦର ୨ ମାସ ପରେ ମଧ୍ୟ ଉପତ୍ୟକାରେ ଶାନ୍ତି ବଜାୟ ରହିଛି। ଆମେ ଜାଣିଛୁ, ଜମ୍ମୁ-କଶ୍ମୀରର ଲୋକମାନେ କ’ଣ ଚାହୁଁଛନ୍ତି ଓ ଅଟକ ଥିବା ବ୍ୟକ୍ତିବିଶେଷ କ’ଣ ଚାହୁଁଛନ୍ତି।”

ପାକିସ୍ତାନ ସହ ପଓକେ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମତ ଦେଇ ସେ କହିଛନ୍ତି, ୧୯୯୪ରେ ସର୍ବସମ୍ମତି କ୍ରମେ ଏକ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ପାକିସ୍ତାନ ଭାରତକୁ ପଓକେ ହସ୍ତାନ୍ତର କଲେ ହିଁ ଇସ୍‌ଲାମାବାଦ ସହ କଥାବାର୍ତ୍ତା ଆଗକୁ ବଢ଼ିବ। କେବଳ ପିଓକେର ସ୍ଥିତାବସ୍ଥା ଉପରେ ହିଁ ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୪ରୁ ଜମ୍ମୁ-କଶ୍ମୀର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ହଜାର ହଜାର ସଂଖ୍ୟକ ରାଜନେତାଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos