ମୋଦିଙ୍କ କ୍ୟାବିନେଟ୍‌ରେ ମାତ୍ର ୩ ଜଣ ମହିଳା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି। ତେବେ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୩ ଜଣ ମହିଳା ରହିଛନ୍ତି। ୨୦୧୪ରେ ମୋଦିଙ୍କ କ୍ୟାବିନେଟ୍‌ରେ ୭ ଜଣ ମହିଳା ରହିଥିଲେ। ତେବେ ଏଥର ଏହା ହ୍ରାସ ପାଇଛି। ମୋଦି-୨ ସରକାରରେ […]

wq

wq

Hemant Lenka
  • Published: Thursday, 30 May 2019
  • Updated: 30 May 2019, 10:24 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି। ତେବେ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୩ ଜଣ ମହିଳା ରହିଛନ୍ତି। ୨୦୧୪ରେ ମୋଦିଙ୍କ କ୍ୟାବିନେଟ୍‌ରେ ୭ ଜଣ ମହିଳା ରହିଥିଲେ। ତେବେ ଏଥର ଏହା ହ୍ରାସ ପାଇଛି।

ମୋଦି-୨ ସରକାରରେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍ସିମିତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ବାଦଲ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ।

ମୋଦି-୧ ସରକାରରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସ୍ମୃତି ଇରାନୀ ଟେକ୍ସଟାଇଲ୍‌, ଉମା ଭାରତୀ ଜଳ ସମ୍ପଦ, ସୁଷମା ସ୍ୱରାଜ ବୈଦେଶିକ, ମାନେକା ଗାନ୍ଧି ମହିଳା ଓ ଶିଶୁ କଲ୍ୟାଣ ଓ ହର୍ସିମିତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରହିଥିଲେ। ସେହିପରି ନଜମା ହେପତୁଲ୍ଲା ପ୍ରଥମେ ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ ହେଁ ପରେ ତାଙ୍କୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ବାଦ୍‌ ଦିଆଯାଇଥିଲା। ପରେ ସେ ମଣିପୁର ରାଜ୍ୟପାଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos