ୟୁପି ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧୀଙ୍କ କାଗଜଗୁଳା ମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ପ୍ରଥମଦିନରେ ରାଜ୍ୟପାଳ ରାମ ନାଏକ ଗୃହକୁ ସମ୍ବୋଧିତ କରୁଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ତାଙ୍କ ଉପରକୁ କାଗଜ ଗୁଳା ମାଡ଼ କରିଛନ୍ତି। ଆଜି ରାଜ୍ୟପାଳ ଉଦ୍‌ବୋଧନ ଦେଉଥିବା ବେଳେ ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଏସ୍‌ପି ବିଧାୟକମାନେ ପ୍ଲାକାର୍ଡ ଧରି ସରକାରୀ ବିରୋଧୀ ନାରା ଦେଇଥିଲେ। ଏହାପରେ ସେମାନେ ରାଜ୍ୟପାଳଙ୍କ ଭାଷଣରେ ବାଧା ଉପୁଜାଇବା ପାଇଁ କାଗଜ […]

up

up

Hemant Lenka
  • Published: Tuesday, 05 February 2019
  • Updated: 05 February 2019, 09:20 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ପ୍ରଥମଦିନରେ ରାଜ୍ୟପାଳ ରାମ ନାଏକ ଗୃହକୁ ସମ୍ବୋଧିତ କରୁଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ତାଙ୍କ ଉପରକୁ କାଗଜ ଗୁଳା ମାଡ଼ କରିଛନ୍ତି।

ଆଜି ରାଜ୍ୟପାଳ ଉଦ୍‌ବୋଧନ ଦେଉଥିବା ବେଳେ ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଏସ୍‌ପି ବିଧାୟକମାନେ ପ୍ଲାକାର୍ଡ ଧରି ସରକାରୀ ବିରୋଧୀ ନାରା ଦେଇଥିଲେ। ଏହାପରେ ସେମାନେ ରାଜ୍ୟପାଳଙ୍କ ଭାଷଣରେ ବାଧା ଉପୁଜାଇବା ପାଇଁ କାଗଜ ଗୁଳା ଫିଙ୍ଗିଥିଲେ। ଖାଲି ସେତିକି ନୁହେଁ, ବିଧାୟକମାନେ ରାଜ୍ୟପାଳ ଆପଣ ଫେରି ଯାଆନ୍ତୁ ବୋଲି ମଧ୍ୟ ନାରା ଦେଇଥିଲେ।

ଘଟଣାକୁ ନିନ୍ଦା କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ଆଜି ବିଧାନସଭାରେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟପାଳଙ୍କ ସହ ଯେଉଁଭଳି ବ୍ୟବହାର କଲେ, ତାହା ନିନ୍ଦନୀୟ।

ସପା, ବିଏସ୍‌ପି ଓ କଂଗ୍ରେସ ବିଧାୟକମାନେ ପବିତ୍ର ଗୃହ ମଧ୍ୟରେ ରାଜ୍ୟପାଳଙ୍କୁ ଅପମାନିତ କରିଛନ୍ତି। ଏଥିରୁ ସେମାନେ କେମିତି ବ୍ୟବସ୍ଥା ପ୍ରଣୟନ କରିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ ହୋଇଛି।”

ଏଭଳି ବିରୋଧ ସତ୍ତ୍ୱେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବା ସହ ସରକାରଙ୍କ ସଫଳତା ବଖାଣିଥିଲେ। ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍‌ ବିଧାନସଭାରେ ଉପସ୍ଥାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos