ଟ୍ରାକ୍ଟର ରାଲି ପୂର୍ବରୁ ୧୦୦ରୁ ଅଧିକ ଚାଷୀ ନେତା ଗୃହବନ୍ଦୀ

ଆଗ୍ରା: ଆସନ୍ତାକାଲି ଦେଶ ପାଳିକ ସାଧାରଣତନ୍ତ୍ର ଦିବସ। ତେବେ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ରାଜରାସ୍ତାରେ ବିଶାଳ ଟ୍ରାକ୍ଟର ରାଲି କରିବେ। ଏଥିରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। କିନ୍ତୁ ଆଗ୍ରାରୁ ଦିଲ୍ଲୀ ଯିବାକୁ ଥିବା ଚାଷୀ ସଂଗଠନର ୧୦୦ରୁ ଅଧିକ ନେତାଙ୍କୁ ପୁଲିସ୍‌ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ସବୁ ଜିଲ୍ଲାର ସୀମାରେ ପୁଲିସ୍‌ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଛି। ଟ୍ରାକ୍ଟର […]

dc

dc

Hemant Lenka
  • Published: Monday, 25 January 2021
  • Updated: 25 January 2021, 05:24 PM IST

Sports

Latest News

ଆଗ୍ରା: ଆସନ୍ତାକାଲି ଦେଶ ପାଳିକ ସାଧାରଣତନ୍ତ୍ର ଦିବସ। ତେବେ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ରାଜରାସ୍ତାରେ ବିଶାଳ ଟ୍ରାକ୍ଟର ରାଲି କରିବେ। ଏଥିରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।

କିନ୍ତୁ ଆଗ୍ରାରୁ ଦିଲ୍ଲୀ ଯିବାକୁ ଥିବା ଚାଷୀ ସଂଗଠନର ୧୦୦ରୁ ଅଧିକ ନେତାଙ୍କୁ ପୁଲିସ୍‌ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ସବୁ ଜିଲ୍ଲାର ସୀମାରେ ପୁଲିସ୍‌ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଛି। ଟ୍ରାକ୍ଟର ନେଇ ଦିଲ୍ଲୀ ଯାଉଥିବା ଲୋକଙ୍କୁ ସେହିଠାରେ ହିଁ ଅଟକାଇ ଦିଆଯାଉଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ପେଟ୍ରୋଲ ଓ ଡିଜେଲ ପମ୍ପକୁ ଟ୍ରାକ୍ଟର ଗୁଡ଼ିକରେ ତେଲ ନ ପକାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ରବିବାର ପୁଲିସ୍‌ ଚାଷୀଙ୍କ ଦିଲ୍ଲୀ ଅଭିଯାନ ରୋକିବାରୁ ସେମାନେ ଇଠା ଜିଲ୍ଲାରେ ଥିବା ଆଗ୍ରା-ବରେଲୀ ଜାତୀୟ ରାଜପଥକୁ ବନ୍ଦ କରି ଭିକ୍ଷୋଭ କରିଥିଲେ। ଯମୁନା ଏକ୍ସପ୍ରେସରେ ଚାଷୀମାନେ ରାସ୍ତା ରୋକ କରିବାରୁ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ଭାରତୀୟ କିଷାନ ୟୁନିୟନର ରାଜ୍ୟ ସଭାପତି ଯୋଗେଶ ପ୍ରତାପ ସିଂହ ଚିଲ୍ଲା ସୀମାରେ କହିଛନ୍ତି, ଆଗ୍ରାରୁ ଅମାର ହଜାର ହଜାର କର୍ମୀ ରବିବାର ସଂଧ୍ୟା ସୁନ୍ଧା ଚିଲ୍ଲା ସୀମାରେ ପହଞ୍ଚିବାର ଥିଲା।

କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହାର ନେତୃତ୍ୱ ନେବାକୁ ଥିବା ବରିଷ୍ଠ ଚାଷୀ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଛି। ଯେଉଁମାନେ ଟ୍ରାକ୍ଟର ଧରି ଆସୁଥିଲେ, ସେମାନଙ୍କୁ ମଧ୍ୟ ଅଧା ବାଟରେ ଅଟକାଇ ଦିଆଯାଇଛି।

ଆମେ କେବେ ହେଲେ ଉତ୍ତର ପ୍ରଦେଶ ସରକାରଙ୍କ ଏପରି ବ୍ୟବହାରକୁ ସହ୍ୟ କରିବୁ ନାହିଁ। ଯଦି ଆମକୁ ଦିଲ୍ଲୀ ନ ଛଡ଼ା ଯିବ, ତା’ହେଲେ ଆମେ ଆଜିଠାରୁ ରାସ୍ତାରୋକ ଆରମ୍ଭ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos