୧୫ ଶହ ଟେଲିଫୋନ୍‌ ଟାୱାରକୁ ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଚାଷୀ!

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଞ୍ଜାବରେ ଥିବା ୧୫ ଶହରୁ ଅଧିକ ଟେଲିଫୋନ୍‌ ଟାୱାରକୁ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଏଥିଯୋଗୁ ପଞ୍ଜାବର କେତେକ ଅଞ୍ଚଳରେ ଟେଲିଫୋନ ସେବା ପ୍ରଭାବିତ ହୋଇଛି। ଟେଲିକମ ସିଗ୍ନାଲ ପାଇଁ ଆବଶ୍ୟକ ବିଜୁଳିକୁ ସେମାନେ ବନ୍ଦ କରିଦେବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ତାର କାଟି ଦେଇଛନ୍ତି। କୃଷି ଆଇନ ଦ୍ୱାରା ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ଲାଭବାନ ହେବେ ବୋଲି ଚାଷୀମାନେ […]

rs

rs

Hemant Lenka
  • Published: Monday, 28 December 2020
  • Updated: 28 December 2020, 09:14 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଞ୍ଜାବରେ ଥିବା ୧୫ ଶହରୁ ଅଧିକ ଟେଲିଫୋନ୍‌ ଟାୱାରକୁ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଏଥିଯୋଗୁ ପଞ୍ଜାବର କେତେକ ଅଞ୍ଚଳରେ ଟେଲିଫୋନ ସେବା ପ୍ରଭାବିତ ହୋଇଛି।

ଟେଲିକମ ସିଗ୍ନାଲ ପାଇଁ ଆବଶ୍ୟକ ବିଜୁଳିକୁ ସେମାନେ ବନ୍ଦ କରିଦେବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ତାର କାଟି ଦେଇଛନ୍ତି। କୃଷି ଆଇନ ଦ୍ୱାରା ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ଲାଭବାନ ହେବେ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି କାରଣରୁ ପଞ୍ଜାବରେ ଥିବା ଜିଓର ଟାୱାର ଓ ଗୌତମ ଆଦାନୀଙ୍କ କିଛି ନିର୍ମାଣ କାମ ଉପରେ ନିଜର ରାଗ ସୁଝାଇଛନ୍ତି।

ସୂତ୍ର ଅନୁସାରେ, ଗତକାଲି ସୁଦ୍ଧା ଆନ୍ଦୋଳନ କରୁଥିବା ଚାଷୀମାନେ ୧୪୧୧ଟି ଟାୱାରରେ ଭଙ୍ଗାରୁଜା କରିଥିଲେ। ଆଜି ଏହା ୧୫ ଶହ ଅତିକ୍ରମ କରିଯାଇଛି। ଖାଲି ସେତିକି ନୁହେଁ, ଜଳନ୍ଧରରେ ଜିଓର ଏକାଧିକ ବଣ୍ଡଲ ଫାଇବର ତାରକୁ ଚାଷୀମାନେ ଜାଳି ଦେଇଛନ୍ତି।

ପଞ୍ଜାବରେ ଜିଓର ୯ ହଜାର ଟେଲିକମ ଟାୱାର ରହିଛି। ଚାଷୀମାନେ ଟାୱାରକୁ ସଂଯୋଗ କରୁଥିବା ବିଜୁଳି ତାରକୁ କାଟି ଏଗୁଡ଼ିକୁ ମିଳୁଥିବା ସିଗ୍ନାଲକୁ ବନ୍ଦ କରିଦେଉଛନ୍ତି। ସେହିପରି ଟାୱାର ନିକଟରେ ଥିବା ଜେନେରେଟରକୁ ଜୋରଜବରଦସ୍ତି ନେଇ ଯାଇ ଗୁରୁଦ୍ୱାରକୁ ଦାନ କରି ଦେଉଛନ୍ତି।


ଏହି କାରଣରୁ ଟେଲିକମ ସେବା ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ବିବାଦ ବଢ଼ିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଟେଲିଫୋନ ଟାୱାରକୁ ଭଙ୍ଗାରୁଜା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସାଧାରଣ ଲୋକଙ୍କୁ ଚାଷୀମାନେ ଅସୁବିଧାର ପକାଇବା ଭଳି କାର୍ଯ୍ୟ ନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ମୋଗାର ଏକତା ନଗର ଠାରେ ଗୋଟିଏ ଟେଲିଫୋନ ଟାୱାରରେ କିଛି ଲୋକ ଭଙ୍ଗା ରୁଜା କରିଛନ୍ତି। କୃଷି ଆଇନ ବିରୋଧରେ ଏପରି ଭଙ୍ଗାରୁଜା ଚାଷୀମାନେ କରିଥିବା ଅଭିଯୋଗ ହୋଇଛି। ହେଲେ ଆନ୍ଦୋଳନ କରୁଥିବା ଚାଷୀମାନେ ଏପରି କରି ନଥିବା କହିଛନ୍ତି। ଏପରି କି ସେମାନେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିଥିବା ଜଣାପଡ଼ିଛି।

ପଞ୍ଜାବର ଫିରୋଜପୁର ସ୍ଥିତ ତିବ୍ବିନ କଲାନ ଗାଁରେ କିଛି ଲୋକ ଟାୱାର ଉପରେ ଚଢ଼ି ତାର କାଟୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos