ରେକର୍ଡ ଭାଙ୍ଗିଲା କରୋନା: ସପ୍ତାହକରେ ୧୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ: ଭାରତ ଭଳି ଏକାଧିକ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ଆଉ କିଛି ଦେଶରେ ଏବେ ସ୍ଥିତି ଉଦବେଗଜନକ ରହିଛି। ବିଶେଷ କରି ୟୁରୋପରେ କରୋନାର ଦ୍ୱିତୀୟ ଲହରୀ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଏପରି ହୋଇଛି ଯେ ଗତ ସପ୍ତାହରେ କରୋନା ରେକର୍ଡ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହରେ ସାରା ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୦ […]

h

h

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 10:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଭଳି ଏକାଧିକ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ଆଉ କିଛି ଦେଶରେ ଏବେ ସ୍ଥିତି ଉଦବେଗଜନକ ରହିଛି। ବିଶେଷ କରି ୟୁରୋପରେ କରୋନାର ଦ୍ୱିତୀୟ ଲହରୀ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଏପରି ହୋଇଛି ଯେ ଗତ ସପ୍ତାହରେ କରୋନା ରେକର୍ଡ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହରେ ସାରା ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୦ ଲକ୍ଷ ଲୋକ ମାତ୍ର ୭ ଦିନରେ ସଂକ୍ରମିତ ହେବା ଏକ ରେକର୍ଡ।

କରୋନା ସ୍ଥିତିର ସାପ୍ତାହିକ ସମୀକ୍ଷା ରିପୋର୍ଟ ପ୍ରକାଶ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ୟୁରୋପୀୟ ଦେଶରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪୬% ଅର୍ଥାତ ୧.୩ ମିଲିୟନ ସଂକ୍ରିମତ ୟୁରୋପ ମହାଦେଶର।

କେବଳ ସଂକ୍ରମିତ ନୁହନ୍ତି, ୟୁରୋପରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱର ମୋଟ ନୂଆ ମୃତକଙ୍କ ମଧ୍ୟରୁ ୩୫% ୟୁରୋପରୁ ରିପୋର୍ଟ ହୋଇଛି। ତେବେ କରୋନା ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ହାରରେ ମୁଣ୍ଡ ନେଉଥିଲା, ଏବେ ସେଥିରେ ସାମାନ୍ୟ ହ୍ରାସ ଘଟିଛି।

ପୂର୍ବରୁ ୟୁରୋପରେ ଲୋକ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଏବେ ହସ୍ପିଟାଲ ଓ ଆଇସିୟୁରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୨୧% ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଗତ ସପ୍ତାହର ସମୀକ୍ଷାରୁ ଜଣାପଡ଼ିଛି ଯେ ଭାରତ, ଆମେରିକା, ବ୍ରାଜିଲ, ବ୍ରିଟେନ ଓ ଫ୍ରାନ୍ସରେ ଗତ ୩ ସପ୍ତାହ ହେଲାଣି କ୍ରମାଗତ ଲକ୍ଷେ ଲେଖାଏ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos