ଅସ୍ତ୍ରଶସ୍ତ୍ର ସହ ୬୪୪ ଜଣ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଆଜି ୟୁଏଲଏଫଏ, ଏନଡିଏଫବି, ଆରଏନଏଲଏଫ, କେଏଲଓ, ସିପିଆଇ(ମାଓବାଦୀ) ଓ ଏନଏଲଏଫବିର ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦଙ୍କ […]

u

u

Hemant Lenka
  • Published: Thursday, 23 January 2020
  • Updated: 23 January 2020, 01:55 PM IST

Sports

Latest News

ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଆଜି ୟୁଏଲଏଫଏ, ଏନଡିଏଫବି, ଆରଏନଏଲଏଫ, କେଏଲଓ, ସିପିଆଇ(ମାଓବାଦୀ) ଓ ଏନଏଲଏଫବିର ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଆତ୍ମସମର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦଙ୍କ ଉପସ୍ଥିତିରେ ଗୌହାଟୀରେ ଥିବା ଜିଏମଚିଏଚ୍‌ ଅଡିଟୋରିୟମରେ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଆତ୍ମସମର୍ପଣ କରିଥିବା ବିଦ୍ରୋହୀ ସଦସ୍ୟଙ୍କୁ ସରକାରଙ୍କ ତରଫରୁ ମୁଖ୍ୟସ୍ରୋତ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାପୂର୍ବରୁ ଏନଡିବିଏଫ୍‌ ତା’ର ଅପରେସନ ଆସାମରେ ବନ୍ଦ କରିବାକୁ ସରକାରଙ୍କ ସହ ଚୁକ୍ତି କରିଥିଲା। ଏହି ସଂଗଠନ ମିଆଁମାର ଓ ଭାରତର ପୂର୍ବ ଅଞ୍ଚଳରେ ସକ୍ରିୟ ରହି ହିଂସା ସୃଷ୍ଟି କରୁଥିଲା। ତେବେ ସରକାର ଏହାର ମୁଖ୍ୟଙ୍କ ସହ କଥା ହୋଇ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଚୁକ୍ତି କରିବାକୁ ସକ୍ଷମ ହୋଇଥିଲେ।

ଆଜି ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନେ ପୁଲିସ୍‌ ନିକଟରେ ୧୭୭ଟି ବନ୍ଧୁକ ଦାଖଲ କରିଛନ୍ତି। ପୁଲିସ୍‌ ମୁଖ୍ୟ ଆଜିର ଦିନକୁ ଆସାମ ପାଇଁ ବଡ଼ଦିନ ବୋଲି କହିଛନ୍ତି। ବନ୍ଧୁକ ସହ ବିପୁଳ ପରିମାଣର ଗୁଳି, ୱାକିଟକି, ଖଣ୍ଡା ଓ ଏକାଧିକ ମାରଣାସ୍ତ୍ର ମଧ୍ୟ ଉଗ୍ରବାଦୀମାନେ ଆଜି ପୁଲିସ ନିକଟରେ ସରେଣ୍ଡର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos