ମବ୍‌ ଲିଂଚିଙ୍ଗ ପାଇଁ ସଂଘ ପରିବାରକୁ ଦାୟୀ କଲେ ଓୱେସୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମବ୍‌ ଲିଂଚିଙ୍ଗ ବା ସଙ୍ଘବଦ୍ଧ ଭାବେ ପିଟିପିଟି ହତ୍ୟା କରିବା ଘଟଣା ପାଇଁ ଆଜି ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସଂଘ ପରିବାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଜୟ ଶ୍ରୀରାମ ନାରା ଦେଉନାହାନ୍ତି, ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଦେଶରେ ମୁସଲିମ ଓ ଦଳିତମାନଙ୍କୁ ଟାର୍ଗେଟ କରାଯାଉଛି। ଲୋକମାନେ ବନ୍ଦେ ମାତରମ ଓ ଜୟ ଶ୍ରୀରାମ ନାରା ନ ଦେବାରୁ ସେମାନଙ୍କ ଉପରେ ଆକ୍ରମଣ […]

qqq

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 04:37 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମବ୍‌ ଲିଂଚିଙ୍ଗ ବା ସଙ୍ଘବଦ୍ଧ ଭାବେ ପିଟିପିଟି ହତ୍ୟା କରିବା ଘଟଣା ପାଇଁ ଆଜି ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସଂଘ ପରିବାରକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, ଯେଉଁମାନେ ଜୟ ଶ୍ରୀରାମ ନାରା ଦେଉନାହାନ୍ତି, ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଦେଶରେ ମୁସଲିମ ଓ ଦଳିତମାନଙ୍କୁ ଟାର୍ଗେଟ କରାଯାଉଛି। ଲୋକମାନେ ବନ୍ଦେ ମାତରମ ଓ ଜୟ ଶ୍ରୀରାମ ନାରା ନ ଦେବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି।

ଏଭଳି ଘଟଣା କେବେ ହେଲେ ଥମିବ ନାହିଁ। ଯେଉଁମାନେ ଏଭଳି ଘଟଣା ଘଟାଉଛନ୍ତି, ସେମାନେ ସମସ୍ତେ ସଂଘ ପରିବାର ସହ ଜଡ଼ିତ। ପୂର୍ବରୁ ମୁସଲିମମାନଙ୍କୁ ଗୋ ଚୋରା ଚାଲାଣ କରୁଥିବା ଅଭିଯୋଗ କରି ଆକ୍ରମଣ କରାଯାଉଥିଲା। ଏବେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ଜୟ ଶ୍ରୀରାମ ଓ ବନ୍ଦେ ମାତରମ ନାରା ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଉଛି।”

Related story