ବିଜେପି ସାଂସଦଙ୍କୁ 'ଆଲ୍ଲା ହୁ ଆକବର' ଜରିଆରେ ଜବାବ ଦେଲେ ଓୱେସୀ

ନୂଆଦିଲ୍ଲୀ: ଆଜି ଲୋକସଭାର ଶପଥପାଠ କାର୍ଯ୍ୟକ୍ରମ ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀଙ୍କୁ ତାଚ୍ଛଲ୍ୟ କରି ବିଜେପି ସାଂସଦମାନେ ସଂସଦ ମଧ୍ୟରେ ଜୟ ଶ୍ରୀରାମ, ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍‌ ନାରା ଦେଉଥିବା ବେଳେ ଆଜି ଏଆଇଏମଆଇଏମର ସାଂସଦ ଅସାଦୁଦ୍ଦିନ ଓୱେସୀ ଏହାର ଜବାବ ଦେଇଛନ୍ତି। ଆଜି ଶପଥ ପାଇଁ ଓୱେସୀ ଆସିବା ମାତ୍ରେ ବିଜେପି ସାଂସଦମାନେ ଜୟ ଶ୍ରୀରାମ,ଜୟ ଶ୍ରୀରାମ ନାରାବାଜି କରିଥିଲେ। ଓୱେସୀ ମଧ୍ୟ ହାତ ଟେକି […]

ww

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 08:58 PM IST

ନୂଆଦିଲ୍ଲୀ: ଆଜି ଲୋକସଭାର ଶପଥପାଠ କାର୍ଯ୍ୟକ୍ରମ ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀଙ୍କୁ ତାଚ୍ଛଲ୍ୟ କରି ବିଜେପି ସାଂସଦମାନେ ସଂସଦ ମଧ୍ୟରେ ଜୟ ଶ୍ରୀରାମ, ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍‌ ନାରା ଦେଉଥିବା ବେଳେ ଆଜି ଏଆଇଏମଆଇଏମର ସାଂସଦ ଅସାଦୁଦ୍ଦିନ ଓୱେସୀ ଏହାର ଜବାବ ଦେଇଛନ୍ତି। ଆଜି ଶପଥ ପାଇଁ ଓୱେସୀ ଆସିବା ମାତ୍ରେ ବିଜେପି ସାଂସଦମାନେ ଜୟ ଶ୍ରୀରାମ,ଜୟ ଶ୍ରୀରାମ ନାରାବାଜି କରିଥିଲେ। ଓୱେସୀ ମଧ୍ୟ ହାତ ଟେକି ସେମାନଙ୍କୁ ଆହୁରି ଜୋରରେ ନାରା ଲଗାଇବାକୁ କହିଥିଲେ। ତେବେ ଶପଥ ନେବା ପରେ ଓୱେସୀ 'ଜୟ ଭୀମ, ଜୟ ମେଇମ୍‌, ତକବୀର ଆଲ୍ଲା ହୁ ଆକବର' ଓ 'ଜୟ ହିନ୍ଦ' ନାରା ଦେଇଥିଲେ। ଏହା ଶୁଣି ବିଜେପି ସାଂସଦମାନେ ପୂରା ଚୁପ ହୋଇଯାଇଥିଲେ।

ତେବେ ଓୱେସୀ ଶପଥ ନେବା ପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲି ଯାଇଥିଲେ। ତାଙ୍କୁ ପୁଣି ଥରେ ଆସି ରେଜିଷ୍ଟରରେ ଦସ୍ତଖତ କରିବାକୁ ପଡ଼ିଥିଲା। ଗତକାଲି ରାହୁଲ ଗାନ୍ଧି ମଧ୍ୟ ଅନୁରୂପ ଘଟଣାର ସମ୍ମୁଖୀନ ହୋଇଥିଲେ। ସଂସଦ ବାହାରେ ଓୱେସୀ କହିଛନ୍ତି, “ଏହା ଭଲ କଥା ଯେ ସେମାନେ(ବିଜେପି ସାଂସଦ) ମୋତେ ଦେଖି ଏଭଳି ନାରା ଦେଇପାରୁଛନ୍ତି। ମୁଁ ଆଶା କରୁଛି, ସେମାନେ ଆମ ସମ୍ବିଧାନକୁ ମନେରଖିବେ ଓ ମୁଜାଫରପୁରର ଶିଶୁ ମୃତ୍ୟୁ କଥା ମଧ୍ୟ ମନେ ରଖିବେ।"

Related story