ଦଶହରା ପୂର୍ବରୁ ଜାମିନ୍‌ ଚାହାନ୍ତି ଚିଦା, ସୁପ୍ରିମକୋର୍ଟଙ୍କୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଦଶହରା ପୂର୍ବରୁ ଜାମିନ୍‌ରେ ମୁକୁଳିବାକୁ ଚାହୁଁଛନ୍ତି। ଏଥିପାଇଁ ଆଜି ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଚିଦାଙ୍କ ଓକିଲ କପିଲ ଶିବଲ ଆଜି ଜଷ୍ଟିସ୍‌ ଏନ୍‌ଭି ରମନ୍ନାଙ୍କ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ। ଚିଦାଙ୍କ ଜାମିନ୍‌ ଆବେଦନ […]

chida

chida

Hemant Lenka
  • Published: Thursday, 03 October 2019
  • Updated: 03 October 2019, 01:39 PM IST

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଦଶହରା ପୂର୍ବରୁ ଜାମିନ୍‌ରେ ମୁକୁଳିବାକୁ ଚାହୁଁଛନ୍ତି। ଏଥିପାଇଁ ଆଜି ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଚିଦାଙ୍କ ଓକିଲ କପିଲ ଶିବଲ ଆଜି ଜଷ୍ଟିସ୍‌ ଏନ୍‌ଭି ରମନ୍ନାଙ୍କ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ। ଚିଦାଙ୍କ ଜାମିନ୍‌ ଆବେଦନ ପ୍ରସଙ୍ଗ ଉଠାଇ ସେ କହିଥିଲେ, “ସୋମବାର ଠାରୁ ସୁପ୍ରିମକୋର୍ଟରେ ଦଶହରା ଛୁଟି ଆରମ୍ଭ ହେବ। ପ୍ରାୟ ଗୋଟିଏ ସପ୍ତାହ କୋର୍ଟ କାର୍ଯ୍ୟ ବନ୍ଦ ରହିବ। ତେଣୁ ଚିଦାମ୍ବରମଙ୍କ ଜାମିନ୍‌ ଆବେଦନ ଏହା ପୂର୍ବରୁ ଶୁଣାଣି କରାଯାଉ।” ତେବେ ଚିଦାଙ୍କ ଆବେଦନର ଜରୁରୀ ଶୁଣାଣି କରାଯିବ କି ନାହିଁ ତା’ର ନିଷ୍ପତ୍ତି ସିଜେଆଇ ଜଷ୍ଟିସ୍‌ ଗୋଗୋଇ ହିଁ ନେବେ ବୋଲି ଖଣ୍ଡପୀଠ କହିଛନ୍ତି।

ଏହାପୂର୍ବରୁ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ସାକ୍ଷୀମାନଙ୍କୁ ସେ ଜାମିନରେ ଆସିଲେ ପ୍ରଭାବିତ କରିବାର ଆଶଙ୍କା କରି କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଥିଲେ। ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅଗଷ୍ଟ ୨୧ରେ ସିବିଆଇ ଚିଦାଙ୍କୁ ଗିରଫ କରିଥିଲେ। ରିମାଣ୍ଡ ଅବଧି ଶେଷ ହେବା ପରେ ଚିଦାମ୍ବରମ ତିହାର ଜେଲରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos