ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ଚିଦାମ୍ବରମ, ସୁପ୍ରିମକୋର୍ଟରୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ସିବିଆଇ ପୁଣିଥରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି। ଅର୍ଥାତ ଅଗଷ୍ଟ ୩୦ ଯାଏ ତାଙ୍କୁ ସିବିଆଇ ଜେରା କରିବ। ପୂର୍ବରୁ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ଚିଦାମ୍ବରମ କୋର୍ଟରେ ହାଜର ହୋଇଥିଲେ। ଠିକ୍ ୪.୩୬ରେ ଦିଲ୍ଲୀର […]

w

w

Hemant Lenka
  • Published: Monday, 26 August 2019
  • Updated: 26 August 2019, 10:13 PM IST

Sports

Latest News

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ସିବିଆଇ ପୁଣିଥରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି। ଅର୍ଥାତ ଅଗଷ୍ଟ ୩୦ ଯାଏ ତାଙ୍କୁ ସିବିଆଇ ଜେରା କରିବ। ପୂର୍ବରୁ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ଚିଦାମ୍ବରମ କୋର୍ଟରେ ହାଜର ହୋଇଥିଲେ।

ଠିକ୍ ୪.୩୬ରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ଚଦାମ୍ବରମଙ୍କୁ ସିବିଆ ହାଜର କରିଥିଲା। ଏହି ସମୟରେ ସିବିଆଇ ତାଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଚାହିଁଥିଲା। ହେଲେ ଏହାକୁ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଥିଲେ। ସିବିଆଇ ପକ୍ଷରୁ ମାମଲା ଲଢ଼ୁଥିବା ସଲିସେଟର ଜେନେରାଲ ତୁଷାର ମେହେଟା କିନ୍ତୁ ରିମାଣ୍ଡ ସପକ୍ଷରେ ଯୁକ୍ତି କରିଥିଲେ।

ସେ କହିଥିଲେ, “ତଦନ୍ତ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ତେଣୁ ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତ ଓ ସାକ୍ଷୀମାନଙ୍କୁ ଚିଦାମ୍ବରଅଙ୍କ ସହ ମୁହାଁମୁହିଁ ଜେରା କରିବାର ଅଛି। ଏଥିପାଇଁ ସିବିଆଇ ତାଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଚାହୁଁଛି। ବର୍ତ୍ତମାନ ମିଳିଥିବା ଦସ୍ତାବିଜ ସମ୍ପର୍କରେ ତାଙ୍କୁ ଜେରା କରାଯାଉଥିଲେ ହେଁ ସେ ସହଯୋଗ କରୁନାହାନ୍ତି। ଜେରା ବେଳେ ସିବିଆଇର ସମୟକୁ ଚିଦାମ୍ବରମ ନଷ୍ଟ କରୁଛନ୍ତି। ଯେତେବେଳେ ହିଁ ଏଫ୍‌ଆଇପିବି ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଉଛି, ସେ କେବଳ ଚୁପ ରହୁଛନ୍ତି। ଏଥିସହ ସିବିଆଇ ଅଧିକାରୀଙ୍କୁ ଏଫ୍‌ଆଇପିବି ନିୟମକୁ ଭଲ ଭାବେ ପଢ଼ିବାକୁ କହୁଛନ୍ତି।”

ଏହାପରେ କୋର୍ଟ ପୂର୍ବ ରାୟକୁ କାଏ ରଖିଥିଲେ। ଏହାର କିଛି ସମୟରେ କୋର୍ଟ ଚିଦାମ୍ବରମଙ୍କୁ ଆଉ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇ ଦେଇଥିଲେ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ଆଜି ଚିଦାମ୍ବରମଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ କରିଥିବା ଆବେଦନର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାକାଲି ଯାଏ ଇଡି ତାଙ୍କୁ ଗିରଫ କରିପାରିବ ନାହିଁ।

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡି ଚିଦାମ୍ବରମଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଜଷ୍ଟିସ୍‌ ଆର ଭାନୁମନି ଓ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା କହିଛନ୍ତି, ସେମାନେ ଆସନ୍ତାକାଲି ମଧ୍ୟ ଚିଦାମ୍ବରମ ଆବେଦନର ଶୁଣାଣି କରିବେ।

ଆଜି ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ନିଜର ପକ୍ଷ ରଖି କହିଥିଲେ, “ସ୍ୱଚ୍ଛ ଶୁଣାଣି ଓ ସ୍ୱଚ୍ଛ ତଦନ୍ତ ସମ୍ବିଧାନର ଧାରା ୨୧ରେ କରିବାକୁ ବ୍ୟବସ୍ଥା ରହିଛି। କୋର୍ଟ ଚିଦାମ୍ବରମଙ୍କ ମୌଳିକ ସ୍ୱାଧୀନତାର ସୁରକ୍ଷା କରିବା ଦରକର। ଇଡି ଚିଦାମ୍ବରମଙ୍କୁ ୩ଥର ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା। ହେଲେ ଇଡି ତାଙ୍କ ବିରୋଧରେ ଲଗାଇଥିବା ଅଭିଯୋଗ ଗୁଡ଼ିକୁ ପ୍ରମାଣ କରିପାରି ନାହିଁ। ଏଫଆଇପିବିକୁ ଅନୁମୋଦନ ଦେବା ପାଇଁ ୬ ଜଣ ସଚିବଙ୍କୁ ନେଇ କମିଟି ଗଠନ କରାଯାଇଥିଲା। ଚିଦାମ୍ବରମ କେବଳ ସେମାନଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଫାଇଲ୍‌ରେ ଦସ୍ତଖତ କରିଥିଲେ।

ଏଥିସହ ଇଡି ଦେଇଥିବା ଦସ୍ତାବିଜ୍‌କୁ ପ୍ରଥମେ ଗଣମାଧ୍ୟମରେ ଲିକ୍‌ କରାଯାଇଥିଲା। ଏହାଦ୍ୱାରା ମିଡିଆ ଟ୍ରାଏଲ ଆରମ୍ଭ ହୋଇଥିଲା। ଚିଦାମ୍ବରମଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଇଡି ଏଭଳି ବ୍ୟବସ୍ଥା କରିଥିଲା।”

ଅନ୍ୟପକ୍ଷରେ ଇଡି ପକ୍ଷରୁ ମାମଲା ଲଢ଼ୁଥିବା ସଲିସେଟର ଜେନେରାଲ ତୁଷାର ମେହେଟା କହିଥିଲେ, ଚିଦାମ୍ବରମଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଛି। ତେଣୁ ତାଙ୍କୁ ଇଡି ହେଫାଜତକୁ ନେଇ ଜେରା କରିବା ଉଚିତ। ଏହାପରେ କୋର୍ଟ ମାମଲାକୁ ଆସନ୍ତାକାଲି ଯାଏ ସ୍ଥଗିତ ରଖିଥିଲେ। ଆସନ୍ତକାଲି ଇଡି ପକ୍ଷରୁ ତୁଷାର ମେହେଟା ପୁଣିଥରେ ନିଜର ପକ୍ଷ ରଖିବେ।

ଗୁରୁବାର ବିଳମ୍ବିତ ରାତିରେ ସିବିଆଇ ଚିଦାମ୍ବରମଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ହିଁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos