ଭାରତରେ ପଶିବାକୁ ପାକ୍‌ କମାଣ୍ଡୋଙ୍କ ଯୋଜନା, ଜାରି ହେଲା ହାଇଆଲର୍ଟ

ନୂଆଦିଲ୍ଲୀ: ଭାରତରେ ସାଂପ୍ରଦାୟିକ ଦଙ୍ଗା ଓ ଆତଙ୍କୀ ହମ୍‌ଲା କରିବାକୁ ଏବେ ପାକିସ୍ତାନ ନୂଆ ଯୋଜନା କରିଛି। ଜଳପଥ ଦେଇ ପାକିସ୍ତାନର କମାଣ୍ଡୋ ଏବଂ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ଫୁଲଦମରେ ପ୍ରସ୍ତୁତି କରୁଛନ୍ତି। ବିଶେଷ କରି ଗୁଜରାଟ ଏବେ ପାକିସ୍ତାନର ଟାର୍ଗେଟରେ ରହିଛି। ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଏଥିସହ କଣ୍ଡଲା ଓ ମୁଣ୍ଡ୍ରା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାବାଦ୍‌ କଚ୍ଛ ଜିଲ୍ଲାର ଅନ୍ୟାନ୍ୟ […]

w

w

Hemant Lenka
  • Published: Thursday, 29 August 2019
  • Updated: 29 August 2019, 03:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ସାଂପ୍ରଦାୟିକ ଦଙ୍ଗା ଓ ଆତଙ୍କୀ ହମ୍‌ଲା କରିବାକୁ ଏବେ ପାକିସ୍ତାନ ନୂଆ ଯୋଜନା କରିଛି। ଜଳପଥ ଦେଇ ପାକିସ୍ତାନର କମାଣ୍ଡୋ ଏବଂ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ଫୁଲଦମରେ ପ୍ରସ୍ତୁତି କରୁଛନ୍ତି। ବିଶେଷ କରି ଗୁଜରାଟ ଏବେ ପାକିସ୍ତାନର ଟାର୍ଗେଟରେ ରହିଛି।

ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଏଥିସହ କଣ୍ଡଲା ଓ ମୁଣ୍ଡ୍ରା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାବାଦ୍‌ କଚ୍ଛ ଜିଲ୍ଲାର ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ପାକିସ୍ତାନର ଏଭଳି ନୂଆ ଚକ୍ରାନ୍ତ ବିଷୟରେ କେବଳ ଗୁଇନ୍ଦା ବିଭାଗ ନୁହେଁ, ନୌସେନା ପକ୍ଷରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନରେ ତାଲିମ ପ୍ରାପ୍ତ କମାଣ୍ଡୋମାନେ ଛୋଟଛୋଟ ଡଙ୍ଗା ଜରିଆରେ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ଗୁଜରାଟରେ ହମ୍‌ଲା କରିବା ଏବଂ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଏମାନଙ୍କର ଲକ୍ଷ୍ୟ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି।

ମୁଣ୍ଡ୍ରା ବନ୍ଦରଟି ଆଦାନୀ ଗ୍ରୁପ୍ ପକ୍ଷରୁ ପରିଚାଳିତ ହେଉଛି। ଏହା ଦେଶର ସବୁଠାରୁ ବଡ଼ ବନ୍ଦର। ସେହିପରି କଣ୍ଡଲା ବନ୍ଦର ମଧ୍ୟ ସର୍ବଦା ଚଳଚଞ୍ଚଳ ରହିଥାଏ। ଏହି ଦୁଇଟି ଯାକ ବନ୍ଦର କଚ୍ଛ ଜିଲ୍ଲାରେ ରହିଛି। ଏହି କଚ୍ଛ ଜିଲ୍ଲାର ସୀମାନ୍ତ ପାକିସ୍ତାନକୁ ଲାଗିଛି। ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ବଡ଼ ତୈଳ ବିଶୋଧନାଗାର ରହିଛି। ଜାମନଗରଠାରେ ଥିବା ଏହି ବିଶୋଧନାଗାରକୁ ରିଲାଏନ୍ସ ଗ୍ରୁପ୍‌ ହିଁ ପରିଚାଳନା କରୁଛି।

ବଦିନାରରେ ମଧ୍ୟ ରୁଷର ଏକ ତୈଳ କମ୍ପାନୀ ରହିଛି। ତେଣୁ ପାକିସ୍ତାନୀ କମାଣ୍ଡୋ ଓ ଆତଙ୍କବାଦୀମାନେ ଏହି ଦୁଇ ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଆଇଜି ଡିଭି ଭାଘଲେ କହିଛନ୍ତି, “ଆମେ ଆତଙ୍କବାଦୀ ଓ ପାକିସ୍ତାନ କମାଣ୍ଡୋଙ୍କ ଅନୁପ୍ରବେଶ ସମ୍ପର୍କରେ ଖବର ପାଇଛୁ। ଏହି କାରଣରୁ କଚ୍ଛ ଜିଲ୍ଲାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ହାଇଆଲର୍ଟ ଜାରି କରାଯାଇଛି। ପାକିସ୍ତାନରୁ ଆତଙ୍କବାଦୀମାନେ ଜଳପଥ ଦେଇ ଗୁଜରାଟରେ ପ୍ରବେଶ କରିବାକୁ ମସୁଧା କରିଛନ୍ତି। ହେଲେ ଆମେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ।”

ଆଦାନୀ ବନ୍ଦର ଓ ଏସ୍‌ଇଜେଡ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ “ହରମି ନାଲା ଦେଇ ପାକିସ୍ତାନରେ ତାଲିମ ପ୍ରାପ୍ତ କମାଣ୍ଡୋମାନେ କଚ୍ଛରେ ପ୍ରବେଶ କରିଥିବା ଆମକୁ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। ସେମାନେ ଅଣ୍ଡର ୱାଟର ଆକ୍ରମଣ ପାଇଁ ସ୍ୱତନ୍ତ୍ର ତାଲିମ ପାଇଛନ୍ତି। ଏହି କାରଣରୁ ମୁଣ୍ଡ୍ରା ବନ୍ଦରରେ ଯାତାୟାତ କରୁଥିବା ସମସ୍ତ ଜାହାଜର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।”

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଭାରତରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ବାରମ୍ବାର ଧମକ ଦେଉଛନ୍ତି। ସୋମବାର ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ମଧ୍ୟ ପାକିସ୍ତାନରେ ସକ୍ରିୟ ଜୈଶ ସଂଗଠନ ଅଣ୍ଡର ୱାଟର ହମ୍‌ଲା କରିବାକୁ ଯୋଜନା କରୁଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story