ଲଙ୍କାରେ ହରିଶବ୍ଦ: ପାକିସ୍ତାନ ସେନା ମୁଖ୍ୟ କହିଲେ, ଆଲୋଚନା ମାଧ୍ୟମରେ ହେଉ କାଶ୍ମୀର ସମସ୍ୟାର ସମାଧାନ

ଇସ୍‌ଲାମବାଦ: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା କାଶ୍ମୀରକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନରେ ମଧ୍ୟରେ ଥିବା ସମସ୍ୟାକୁ ରାଜନୈତିକ ଓ କୂଟନୈତିକ ସ୍ତରରେ ସମାଧାନ କରାଯାଉ। ତାଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି। ଏହା ପୂର୍ବରୁ  ପାକିସ୍ତାନର କୌଣସି ସେନା ମୁଖ୍ୟ କାଶ୍ମୀର ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ କହି ନଥିଲେ। ‘ରକ୍ଷା ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହି କଥା କହିଥିଲେ।

ପାକିସ୍ତାନର ସେନା ମୁଖ୍ୟ ଆହୁରି କହିଥିଲେ,“ଦୁଇ ଦେଶର ଉନ୍ନତି ପାଇଁ ଶାନ୍ତି ନିହାତି ଆବଶ୍ୟକ। ଦୁଇ ଦେଶରେ ସ୍ଥାୟୀ ଶାନ୍ତି ସ୍ଥାପନା ହେଲେ ଦୁଇ ଦେଶର ଲୋକଙ୍କର ମଙ୍ଗଳ ହେବ।”

ସେ କହିଥିଲେ,“ଭାରତ ପାକିସ୍ତାନର ନିନ୍ଦା ନକରୁ। କାଶ୍ମୀରରେ ସୈନ୍ୟ ମୁତୟନ ମଧ୍ୟ ନକରୁ। କାଶ୍ମୀରକୁ ସମସ୍ୟାକୁ ରାଜନୈତିକ ଓ କୂଟନୈତିକ ସ୍ତରରେ ସମାଧାନ କରିବା ବାଟ ଖୋଜିବା ଦରକାର।”

ଭାରତର ନାଁ ନ ନେଇ ସେ କହିଥିଲେ,“ଦକ୍ଷିଣ ଏସିଆକୁ ପରମାଣୁ ବୋମା ଆମେ ଆଣି ନଥିଲୁ। ଆମ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ଥିଲେ ବି ଶାନ୍ତି ବଜାୟ ରଖିବାର ଗ୍ୟାରେଣ୍ଟି ଆମେ ଦେଉଛୁ। ଏହା ହେଉଛି ଆମର ପଡ଼ୋଶୀ ଦେଶକୁ ଆହ୍ୱାନ। ସେହି ପଡ଼ୋଶୀ ଦେଶ ପ୍ରଥମେ ଦକ୍ଷିଣ ଏସିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ଆଣିଥିଲା।”

 

ଆହୁରି ପଢ଼ନ୍ତୁ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ

ଏହି ରାଜ୍ୟର ବିଜେପି ମୁଖ୍ୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

ହସ୍ପିଟାଲରେ ଆଉ କେତେ ଦିନ ରହିବେ ବିଗ ବି ଓ ଅଭିଷେକ ବଚ୍ଚନ

୪ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଏକାକରି ସବୁଦିନ ପାଇଁ ଚାଲିଗଲେ କରୋନା ଯୋଦ୍ଧା