ପାକିସ୍ତାନ କାଶ୍ମୀର ସ୍ୱପ୍ନ ଦେଖିବା ବନ୍ଦ କରୁ: ଆଜାଦ

ଶାହଜହାଁପୁର: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଏବଂ ଦଳର ଉତ୍ତର ପ୍ରଦେଶ ପ୍ରଭାରୀ ଗୁଲାମ ନବୀ ଆଜାଦ ପାକିସ୍ତାନକୁ କାଶ୍ମୀର ପାଇବାର ସ୍ୱପ୍ନ ଦେଖିବା ବନ୍ଦ କରିବା ପାଇଁ ପରାମର୍ଶ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ କହିଛନ୍ତି ତାଙ୍କ ପାଖରେ ଦେଶ ନାମରେ ଯାହା ବି ଅଛି ସେତକ ବଞ୍ଚାଇ ରଖନ୍ତୁ। କଂଗ୍ରେସର ‘୨୭ ସାଲ୍‌ ୟୁପି ବେହାଲ’ (୨୭ ବର୍ଷ ହେଲା ୟୁପି ବେହାଲ) ଯାତ୍ରା ସହିତ ଶାହଜହାଁପୁରରେ ପହଞ୍ଚି ସେଠାରେ ଆୟୋଜିତ ଏକ ସାମ୍ବାଦିକ […]

azad

azad

Rakesh Mallick
  • Published: Monday, 25 July 2016
  • Updated: 25 July 2016, 06:08 PM IST

Sports

Latest News

azadଶାହଜହାଁପୁର: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଏବଂ ଦଳର ଉତ୍ତର ପ୍ରଦେଶ ପ୍ରଭାରୀ ଗୁଲାମ ନବୀ ଆଜାଦ ପାକିସ୍ତାନକୁ କାଶ୍ମୀର ପାଇବାର ସ୍ୱପ୍ନ ଦେଖିବା ବନ୍ଦ କରିବା ପାଇଁ ପରାମର୍ଶ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ କହିଛନ୍ତି ତାଙ୍କ ପାଖରେ ଦେଶ ନାମରେ ଯାହା ବି ଅଛି ସେତକ ବଞ୍ଚାଇ ରଖନ୍ତୁ।

କଂଗ୍ରେସର ‘୨୭ ସାଲ୍‌ ୟୁପି ବେହାଲ’ (୨୭ ବର୍ଷ ହେଲା ୟୁପି ବେହାଲ) ଯାତ୍ରା ସହିତ ଶାହଜହାଁପୁରରେ ପହଞ୍ଚି ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଆଜାଦ କହିଛନ୍ତି,“ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ଶରିଫ କାଶ୍ମୀରକୁ ହାସଲ କରିବା ସ୍ୱପ୍ନ ଦେଖିବା ଛାଡି ଦିଅନ୍ତୁ।”

ଆଜାଦ କହିଛନ୍ତି,“ପାକିସ୍ତାନୀ ଶାସକମାନେ କାଶ୍ମୀର ହାସଲ କରିବା ଚେଷ୍ଟାରେ ନିଜ ଦେଶକୁ ଦୁଇ ଭାଗ କରି ବାଂଲାଦେଶ ତିଆରି କରିଦେଲେ ସତ କିନ୍ତୁ ଭାରତର ଏକ ଇଞ୍ଚ  ବି ଜମି ନେଇ ପାରିଲେ ନାହିଁ। ଶରିଫଙ୍କୁ ପରାମର୍ଶ ଦେଉଛି ଯେ ପାକିସ୍ତାନ ନାମରେ ତାଙ୍କ ପାଖରେ ଯାହା ବି ଅଛି ସେତକ ବଞ୍ଚାଇ ରଖନ୍ତୁ।”

ରାଜ୍ୟସଭାର ବିରୋଧୀ ଦଳ ନେତା କହିଛନ୍ତି,“ଘୃଣାର ଏହି ପରିସ୍ଥିତିରେ କଂଗ୍ରେସ ନିଜର ଯାତ୍ରା ଦ୍ୱାରା ହୃଦୟ ଯୋଡ଼ିବାକୁ ପହଞ୍ଚି ଥିଲା ବେଳେ ବିଜେପି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଜନତାଙ୍କୁ ଧର୍ମ ଓ ଜାତି ଆଧାରରେ ଭାଗ ଭାଗ କରୁଛନ୍ତି। ଏହି କାରଣରୁ ପ୍ରଦେଶ ବିକାଶରେ ବହୁତ ପଛାଇ ଯାଇଛି।”

ଆଜାଦ କହିଛନ୍ତି,“ବିଜେପି ନେତା କହୁଥିଲେ ଯେ କେନ୍ଦ୍ରରେ ତାଙ୍କ ସରକାର ଗଠନ ହେଲେ ବିଦେଶୀ ବ୍ୟାଙ୍କ ଗୁଡିକରେ ଜମା ହୋଇଥିବା କଳା ଧନ ଫେରାଇ ଆଣିବେ। କିନ୍ତୁ ଦୀର୍ଘ ଦୁଇ ବର୍ଷ ବିତି ଯିବା ପରେ ମଧ୍ୟ କଳା ଧନର କୌଣସି ସନ୍ଧାନ ନାହିଁ। ସେ କହିଛନ୍ତି ଯେ ୟୁପିର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାର ଯୁବକଙ୍କୁ ରୋଜଗାର ଦେବା ବଦଳରେ ସେମାନଙ୍କୁ ଲାପ୍‌ଟପ୍‌ ବାଣ୍ଟୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos