ଡ୍ରୋନ୍‌ରେ ଏକେ-୪୭ ସୀମାପାର କରାଉଛି ପାକ୍‌, ୮ ଦିନରେ ୧୦ ଥର

ଚଣ୍ଡୀଗଡ଼: ହେଭି ଲିଫ୍ଟିଂ ଡ୍ରୋନ୍‌ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ। ପଞ୍ଜାବର ତରନ୍‌ ତାରନ୍‌ଠାରେ ବ୍ୟାପକ ପରିମାଣର ଅସ୍ତ୍ର ଜବତ ପରେ କରାଯାଇଥିବା ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ। ଏହି ତଦନ୍ତରୁ ଜଣାପଡ଼ିଛି ଗତ ୮ ଦିନରେ ୧୦ ଥର ଏଭଳି ଉପାୟରେ ଏକେ-୪୭, ଜାଲ ନୋଟ୍‌ ଏବଂ ଡ୍ରଗ୍ସ ଆଦି ଭାରତୀୟ ସୀମାକୁ ଆସିଛି। ଏହି ଅସ୍ତ୍ର ଏବଂ ଗୁଳିଗୋଳା ଭାରତ ପହଞ୍ଚାଇ ପଞ୍ଜାବ […]

pak-drone

pak-drone

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 04:14 PM IST

Sports

Latest News

ଚଣ୍ଡୀଗଡ଼: ହେଭି ଲିଫ୍ଟିଂ ଡ୍ରୋନ୍‌ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ। ପଞ୍ଜାବର ତରନ୍‌ ତାରନ୍‌ଠାରେ ବ୍ୟାପକ ପରିମାଣର ଅସ୍ତ୍ର ଜବତ ପରେ କରାଯାଇଥିବା ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ। ଏହି ତଦନ୍ତରୁ ଜଣାପଡ଼ିଛି ଗତ ୮ ଦିନରେ ୧୦ ଥର ଏଭଳି ଉପାୟରେ ଏକେ-୪୭, ଜାଲ ନୋଟ୍‌ ଏବଂ ଡ୍ରଗ୍ସ ଆଦି ଭାରତୀୟ ସୀମାକୁ ଆସିଛି।

ଏହି ଅସ୍ତ୍ର ଏବଂ ଗୁଳିଗୋଳା ଭାରତ ପହଞ୍ଚାଇ ପଞ୍ଜାବ ଏବଂ ଆଖପାଖ ଅଞ୍ଚଳରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା ରହିଥିଲା। ଏଥିପାଇଁ ବିଭିନ୍ନ ଖଲିସ୍ତାନ ସମର୍ଥକଙ୍କୁ ଉସକାଇବାର ଥିଲା। ପାକିସ୍ତାନ ଆଇଏସ୍‌ଆଇ ସମର୍ଥିତ ଏହି ଷଡ଼ଯନ୍ତ୍ର ବାବଦରେ ଜାଣିବା ପରେ ପଞ୍ଜାବ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା ଏବଂ ଏହି ଅସ୍ତ୍ରଶସ୍ତ୍ର ସହ ଏକ ଡ୍ରୋନ୍‌ ଜବତ ହେବା ବର୍ତ୍ତମାନ ବଡ଼ ତଥ୍ୟ ସାମ୍ନାକୁ ଆଣିଛି।

ଗତ ୨୨ ତାରିଖରେ ତରନ୍‌ ତାରନ୍‌ରୁ ଗିରଫ ହୋଇଥିବା ୪ ଜଣ ଖଲିସ୍ତାନ୍‌ ଜିନ୍ଦାବାଦ୍‌ ଫୋର୍ସ ଆତଙ୍କବାଦୀଙ୍କଠାରୁ ଏହି ଡ୍ରୋନ୍‌ ବାବଦରେ ସୂଚନା ମିଳିଥିଲା। କୁହାଯାଉଛି ଏପରି ଡ୍ରୋନ୍‌ ହିଁ ଅସ୍ତ୍ର ଏବଂ ଅନ୍ୟ ସାମଗ୍ରୀ ସୀମାପାର କରୁଥିଲା।

କମ୍‌ ଉଚ୍ଚତାରେ ଉଡ଼ୁଥିବା ଏହି ଡ୍ରୋନ୍‌ର ରିମୋଟ୍‌ କଣ୍ଟ୍ରୋଲ ପାକିସ୍ତାନରେ ରହୁଥିଲା ଏବଂ ଭାରତରେ ଖଲିସ୍ତାନ ସମର୍ଥକମାନେ ଏହାକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ସଂଗ୍ରହ କରୁଥିଲେ। ଏହି ଆତଙ୍କବାଦୀମାନେ ଡ୍ରୋନ୍‌ଟିକୁ ପୋଡ଼ିବାର ଯୋଜନା କରିଥିଲେ ମଧ୍ୟ ଏପରି କରିପାରିନଥିଲେ, ଯାହାକି ପୂରା ଷଡ଼ଯନ୍ତ୍ର ଉପରୁ ପର୍ଦ୍ଦା ଉଠାଇବାରେ ସଫଳ ହୋଇଛି। ବର୍ତ୍ତମାନ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ଏହାକୁ ନେଇ ପରୀକ୍ଷା ଆରମ୍ଭ କରିଛି। ଫଳରେ ଗୁଇନ୍ଦା ସ୍କାନର୍‌ ଏବଂ ରାଡାର୍‌କୁ ଏଡ଼ାଇବା ପାଇଁ ଏହି ଗ୍ୟାଜେଟ୍‌ରେ କେଉଁ ଟେକ୍ନୋଲୋଜି ବ୍ୟବହୃତ ହୋଇଛି ତାହା ଜଣାପଡ଼ିବ।

ଏହି ଡ୍ରୋନ୍‌ ଚାଇନା ନିର୍ମିତ ଏବଂ ଏହା ୧୦ କେଜି ଓଜନର ଉପକରଣ ସହ ଆସିଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ୯ରୁ ୧୬ ତାରିଖ ମଧ୍ୟରେ ଖଲିସ୍ତାନୀ ଗ୍ରୁପ୍‌ ଏହି ଅସ୍ତ୍ର ପଠାଉଥିଲା। ଗିରଫ ହୋଇଥିବା ଆତଙ୍କୀ ଆକାଶଦୀପ କହିଛି ସେ ପାକିସ୍ତାନରେ ରହୁଥିବା ରଣଦୀପ ସିଂହ ନୀଟା ସହ ଯୋଗାଯୋଗରେ ଥିଲା। ଜର୍ମାନୀରେ ରହୁଥିବା ଗୁରମୀତ ସିଂହ ଓରଫ ବାଗା ତା’କୁ ନୀଟାର ଫୋନ୍‌ ନମ୍ବର ଦେଇଥିଲା। ବାଗା ହିଁ ନୀଟା ଅସ୍ତ୍ର ପଠାଇବା ବିଷୟରେ ଏବଂ ଏହାର ପହଞ୍ଚିବା ସମୟ ବାବଦରେ କହିଥିଲା। ତେବେ ତରନ୍‌ ତାରନ୍‌ ଗାଁରେ ଶେଷ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୁରା ପ୍ଲାନ୍‌ ପୁଲିସ୍‌ ନଜରକୁ ଆସିଥିଲା।

ପଞ୍ଜାବ ପୁଲିସ୍‌ ଗତ ରବିବାର ହିଁ ପାକିସ୍ତାନ ଓ ଜର୍ମାନୀରେ ରହୁଥିବା କିଛି ଖଲିସ୍ତାନ ଆତଙ୍କୀଙ୍କ ସମର୍ଥନରେ ଚାଲିଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ପଣ୍ଡ କରିଥିଲା। ପୁଲିସ୍ ଏହି ଆତଙ୍କବାଦୀମାନଙ୍କଠାରୁ ୫ଟି ଏକେ-୪୭, ୧୬ ମାଗଜିନ୍ସ ଓ ୪୭୨ ରାଉଣ୍ଡ ଗୁଳି, ୮ ମାଗଜିନ୍ ଓ ୭୨ ରାଉଣ୍ଡ ଗୁଳି ସହ ୪ଟି ଚାଇନା ନିର୍ମିତ ୦.୩୦ ବୋର୍ ପିସ୍ତଲ, ୫ଟି ସ୍ୟାଟେଲାଇଟ୍ ଫୋନ୍ ଓ ତା’ର ଆନୁସଙ୍ଗିକ ସ୍ୟାଟେଲାଇଟ୍ ଫୋନ୍, ୯ଟି ହ୍ୟାଣ୍ଡ ଗ୍ରେନେଡ୍, ୨ଟି ମୋବାଇଲ୍ ଫୋନ୍, ୨ଟି ୱେୟାରଲେସ୍ ଫୋନ୍ ଏବଂ ୧୦ ଲକ୍ଷ ମୂଲ୍ୟର ଜାଲନୋଟ୍ ଆଦି ଜବତ କରିଛି।

ତେବେ ଏଭଳି ସାଂଘାତିକ ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ସମସ୍ୟା ବାବଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନର ଷଡ଼ଯନ୍ତ୍ରରେ ନୂଆ ଓ ଭୟଙ୍କର ‘ଡ୍ରୋନ୍‌ ଡ୍ରପିଂ’ ଚାଲ୍‌ ସାମିଲ୍‌ ହୋଇଛି। ମୁଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରୁଛି ଡ୍ରୋନ୍‌ ସମସ୍ୟା ଯେତେ ଶୀଘ୍ର ସମ୍ଭବ ସମାଧାନା କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story