ଆତଙ୍କୀ ବିରୋଧରେ ପାକିସ୍ତାନର ଲଢ଼େଇରେ ଦୁନିଆ ସନ୍ତୁଷ୍ଟ! ଏଫଏଟିଏଫରୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ମିଳିପାରେ। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଦୀର୍ଘ ଦିନ ହେଲା ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ଇସଲାମାବାଦ ଏଥିରୁ ମୁକୁଳିବାର ସଙ୍କେତ ମିଳିଛି। ଆସନ୍ତା ୧୬ ତାରିଖରେ ଏଫଏଟିଏଫ୍‌ର ବୈଠକ ବସିବ। ଏହି ସମୟରେ ପାକିସ୍ତାନ ସମ୍ପର୍କରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ଚାଇନା ହିଁ ପାକିସ୍ତାନ ସପକ୍ଷରେ ବାରମ୍ବାର ଲବି କରି ଆସୁଥିଲା। […]

q

q

Hemant Lenka
  • Published: Friday, 24 January 2020
  • Updated: 24 January 2020, 11:15 AM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ମିଳିପାରେ। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଦୀର୍ଘ ଦିନ ହେଲା ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ଇସଲାମାବାଦ ଏଥିରୁ ମୁକୁଳିବାର ସଙ୍କେତ ମିଳିଛି। ଆସନ୍ତା ୧୬ ତାରିଖରେ ଏଫଏଟିଏଫ୍‌ର ବୈଠକ ବସିବ। ଏହି ସମୟରେ ପାକିସ୍ତାନ ସମ୍ପର୍କରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।

ସୂତ୍ର ଅନୁସାରେ, ଚାଇନା ହିଁ ପାକିସ୍ତାନ ସପକ୍ଷରେ ବାରମ୍ବାର ଲବି କରି ଆସୁଥିଲା। ଏବେ ଏଥିରେ ଚାଇନା ସଫଳତା ପାଇବାକୁ ଯାଉଛି। କେବଳ ଚାଇନା ନୁହେଁ, ଜଣେ ପ୍ରାଇଭେଟ କନସଲଟାଣ୍ଟ ମଧ୍ୟ ଏଫଏଟିଏଫରେ ପାକିସ୍ତାନ ସପକ୍ଷରେ ଓକିଲାତି କରୁଥିଲେ। ତେଣୁ ଏବେ ପାକିସ୍ତାନ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ୭୫% ସୁଯୋଗ ସୃଷ୍ଟି ହୋଇଛି।

ଗୁରୁବାର ଏସିଆ ପେସିଫିକ ଜଏଣ୍ଟ ଗ୍ରୁପ୍‌, ଏଫଏଟିଏଫ ଇଣ୍ଟରନ୍ୟାଶନାଲ କର୍ପୋରେସନ ରିଭ୍ୟୁ ଗ୍ରୁପର ବୈଠକ ବେଜିଂରେ ଶେଷ ହୋଇଛି। ଏହି ବୈଠକରେ ଚାଇନା ପରମ ବନ୍ଧୁ ପାକିସ୍ତାନ ପାଇଁ ଓକିଲାତି କରିଥିଲା। ୩୯ ସଦସ୍ୟ ବିଶିଷ୍ଟ ଗ୍ରୁପକୁ ଚାଇନା କହିଛି ଯେ ପାକିସ୍ତାନ ଏବେ ଆତଙ୍କବାଦ ବିରୋଧରେ ଜୋରଦାର ଲଢ଼େଇ କରୁଛି। ଏ ସମ୍ପର୍କରେ ସୂଚନା ଦେଇ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, “ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି। ପାକ୍‌ର ରାଜନୀତିକ ଇଚ୍ଛାଶକ୍ତି ଉପରେ ସମସ୍ତଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ତେଣୁ ଆମର ଭରସା ଏଫଏଟିଏଫ୍ ପକ୍ଷରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବ।”

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଡାଭୋସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଏକାଧିକ ରାଷ୍ଟ୍ରର ମୁଖ୍ୟଙ୍କୁ ଭେଟିଥିଲେ। ଏହି ସମୟରେ ଇମ୍ରାନ ସମସ୍ତଙ୍କୁ ପାକିସ୍ତାନ କେମିତି ଗ୍ରେ ଲିଷ୍ଟରୁ ମୁକୁଳିବ ସେ ବିଷୟରେ ସହଯୋଗ କରିବାକୁ କହିଥିଲେ। ତେଣୁ ଚାଇନା ଓ ଆମେରିକା ଏବେ ପାକିସ୍ତାନକୁ ସହଯୋଗ କରିବାକୁ ସଙ୍କେତ ଦେଇଛନ୍ତି।

ଏଫଏଟିଏଫ୍‌ର ୩୯ ଭୋଟ ମଧ୍ୟରୁ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିବାକୁ ହେଲେ ୧୨ ଜଣଙ୍କ ସମର୍ଥନ ଦରକାର। ଏଥିପାଇଁ ଚାଇନା ବାରମ୍ବାର ସବୁ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ସପକ୍ଷରେ ଓକିଲାତି କରୁଥିଲା।

ଏଫଏଟିଏଫ ଏମିତି ଏକ ସଂସ୍ଥା ଯିଏ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦେଶ ଗୁଡ଼ିକର ସମୀକ୍ଷା କରିଥାଏ ଓ ତଦନୁଯାୟୀ ଆର୍ଥିକ ସହାୟତା ଦେଇଥାଏ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁ ନଥିବାରୁ ଏଫଏଟିଏଫ ଇସଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଥିଲା। କିନ୍ତୁ ଏବେ ଚାଇନାର ଓକିଲାତି ପାଇଁ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିବାକୁ ଯାଉଛି।

ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିଲେ ହ୍ୱାଇଟ ଲିଷ୍ଟରେ ରହିବ। ଏହାଦ୍ୱାରା ପାକିସ୍ତାନକୁ ବିଭିନ୍ନ ରାଷ୍ଟ୍ରରୁ ପୂର୍ବଭଳି ଆର୍ଥିକ ସହାୟତା ମିଳିବ। ଅକ୍ଟୋବର ମାସରେ ଏଫଏଟିଏଫ ପାକିସ୍ତାନକୁ ଚେତାବନୀ ଦେଇଥିଲା। ଯଦି ଫେବୃଆରୀ ମାସ ମଧ୍ୟରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବ, ତା’ହେଲେ ଏହାକୁ କଳା ତାଲିକା ଭୁକ୍ତ କରାଯିବ।

ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁହାଯାଇଛି ଯେ “ଆମେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ। ପାକିସ୍ତାନ ସହ କ’ଣ କରାଯିବ ବା ନ କରାଯିବ ସେ ନିଷ୍ପତ୍ତି ଏଫଏଟିଏଫ୍‌ରେ ଥିବା ସଦସ୍ୟଙ୍କ ଉପରେ ନିର୍ଭର କରେ। ଏଫଏଟିଏଫର ଘୋଷଣା ପରେ ହିଁ ଆମେ ଏହା ଉପରେ ପ୍ରତିକ୍ରିୟା ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story