କୁଳଭୂଷଣଙ୍କ ଯାଦବ ମାମଲାରେ ଭାରତକୁ ତୃତୀୟ କନସୁଲାର ଆକ୍ସେସ୍‌ ଦେଲା ପାକିସ୍ତାନ

ଇସଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଗିରଫ ହୋଇ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ପାକିସ୍ତାନ ଭାରତକୁ ତୃତୀୟ କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି। ଏଥିପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ ଏନେଇ ପାକିସ୍ତାନ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି।

ଗତକାଲି ମଧ୍ୟ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ କନସୁଲାର ଆକ୍ସେସ୍ ଯୋଗାଇ ଦେଇଥିଲା। ତେବେ ପାକିସ୍ତାନ ମୁକ୍ତ ଭାବେ କୁଳଭୂଷଣଙ୍କୁ ସାକ୍ଷାତ କରିବାକୁ ଦେଇ ନଥିବା ଭାରତ ପକ୍ଷରୁ କୁହାଯାଇଥିଲା। ଏଥିସହ କୁଳଭୂଷଣ ଅତ୍ୟନ୍ତ ଚାପରେ ଥିବା ନୂଆଦିଲ୍ଲୀ ସୂଚନା ଦେଇଥିଲା। ଆଜି ପୁଣିଥରେ କନସୁଲାର ଆସେସ ମିଳିଥିବାରୁ ଭାରତୀୟ ଅଧିକାରୀମାନେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିବେ।

ଦ୍ୱିତୀୟ କନସୁଲାର ଆକ୍ସେସ୍ ଦେବା ପୂର୍ବରୁ ପାକିସ୍ତାନ ଘୋଷଣା କରିଥିଲା ଯେ କୁଳଭୂଷଣ ଯାଦବ ତାଙ୍କ ମୃତ୍ୟୁଦଣ୍ଡ ବିରୋଧରେ କୌଣସି ରିଭ୍ୟୁ ପିଟିସନ ଦାଖଲ କରିବାକୁ ଚାହୁଁନାହାନ୍ତି। ସେ କେବଳ ନିଜର କ୍ଷମା ଆବେଦନର ବିଚାର କରିବାକୁ ଚାହୁଁଛନ୍ତି। ହେଲେ ଭାରତ ଏହାକୁ ମନଗଡ଼ା କାହାଣୀ ବୋଲି କହିଥିଲା।

ସୂଚନାଯୋଗ୍ୟ, କୁଲଭୂଷଣ ହେଉଛନ୍ତି ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ। ୨୦୧୭ ଏପ୍ରିଲ ମାସରେ ପାକିସ୍ତାର ସାମରିକ କୋର୍ଟ ତାଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ଭାରତ ଏହା ବିରୋଧରେ ଆଇସିଜେ ଯାଇଥିଲା ଓ ଆଇସିଜେ ହିଁ କୁଳଭୂଷଣଙ୍କୁ କନସୁଲାର ଆସେସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ