ପୁଣି ଭାରତକୁ ପରମାଣୁ ହମଲାର ଧମକ ଦେଲା ପାକିସ୍ତାନ, ଖେଳିଲା ମୁସଲିମ କାର୍ଡ
ଇସଲାମାବାଦ: ପୁଣିଥରେ ଭାରତକୁ ପରମାଣୁ ହମଲାର ଧମକ ଦେଇଛି ପଡ଼ୋଶୀ ପାକିସ୍ତାନ। ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ ଆଜି ଖୋଲାଖୋଲି ଭାବେ ଭାରତକୁ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ପାଖରେ ଏମିତି କିଛି ପରମାଣୁ ବୋମା ଅଛି ଯାହା ଆସାମ ଯାଏ ପହଞ୍ଚି ପାରିବ। ତେବେ ସେ ମୁସଲିମ କାର୍ଡ ମଧ୍ୟ ଖେଳିଛନ୍ତି। ପାକିସ୍ତାନ ପରମାଣୁ ହମଲା କଲେ ମଧ୍ୟ ଏହା ମୁସଲିମଙ୍କର କୌଣସି ବି କ୍ଷତି କରିବ ନାହିଁ ବୋଲି ସେ କହିଛନ୍ତି।
ଶେଖ ରସିଦ କହିଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ, ତା’ହେଲେ ଏହାକୁ ଶେଷ ଯୁଦ୍ଧ ଭାବେ ବିବେଚନା କରାଯିବ। ହିନ୍ଦୁସ୍ତାନ ଯଦି ପାକିସ୍ତାନ ଉପରେ ହମଲା କରିବ, ତା’ହେଲେ କଥାବାର୍ତ୍ତା ହେବାକୁ ଆଉ କୌଣସି ସମୟ ରହିବ ନାହିଁ।
Sheikh Rasheed and his discoveries. This time he's found a scientist who made a precision kafir bomb for India. pic.twitter.com/uozTBHPLM2
— Naila Inayat नायला इनायत (@nailainayat) August 20, 2020
ଆମ ଅସ୍ତ୍ର ମୁସଲମାନଙ୍କୁ ଛାଡ଼ି ଭାରତ ଆସାମ ଯାଏ ଟାର୍ଗେଟ କରିପାରିବ ବୋଲି ସେ କହିଛନ୍ତି। ତେବେ ଭାରତୀୟ ସେନା ପରାମ୍ପରିକ ଯୁଦ୍ଧରେ ପାକିସ୍ତାନ ଯବାନଙ୍କ ଠାରୁ ଢେର ଆଗରେ ରହିଛି ବୋଲି ସେ ସ୍ୱୀକାର କରିଛନ୍ତି। ଏହି କାରଣରୁ ହିଁ ପାକିସ୍ତାନ ପରମାଣୁ ଯୁଦ୍ଧ କଥା କହୁଥିବା ଜଣାପଡ଼ିଛି।
ପ୍ରଥମଥର ପାଇଁ ରସିଦ ଏଭଳି ଧମକ ଦେଇନାହାନ୍ତି। ଏହାପୂର୍ବରୁ ମଧ୍ୟ ସେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ। ସେ କହିଥିଲେ, ଏବେ ଯୁଦ୍ଧ ପାରମ୍ପରିକ ଢଙ୍ଗରେ ହେବନାହିଁ। ଯଦି ଯୁଦ୍ଧ ହେବ, ତା’ହେଲେ ପରମାଣୁ ଅସ୍ତ୍ରଶସ୍ତ୍ରରେ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।