ନୂଆ ଆତଙ୍କୀଙ୍କ ଦ୍ୱାରା ହମ୍‌ଲା କରିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇଯାଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଛି। ପୂର୍ବରୁ ପାକିସ୍ତାନର ଯୁବକଙ୍କୁ ଭାରତକୁ ଆତଙ୍କୀବାଦୀ କରି ପଠାଉଥିବା ପାକିସ୍ତାନ ଏବେ ରଣନୀତି ବଦଳାଇଛି। ଭାରତରେ ହମ୍‌ଲା କରିବାକୁ ପାକିସ୍ତାନ ସରକାର ପସ୍ତୋ ଓ ଆଫଗାନିସ୍ତାନର ନାଗରିକଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରିବାରେ ଲାଗିଛି। ଏପରି କିଛି ଏଭଳି ଆତଙ୍କୀଙ୍କୁ ପାକିସ୍ତାନ ସୀମାରେ ଅନୁପ୍ରବେଶ କରାଇବାରେ ମଧ୍ୟ ସଫଳ ହୋଇଛି। ପୂର୍ବରୁ କଶ୍ମିରୀ […]

x

x

Hemant Lenka
  • Published: Thursday, 17 October 2019
  • Updated: 17 October 2019, 03:54 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇଯାଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଛି। ପୂର୍ବରୁ ପାକିସ୍ତାନର ଯୁବକଙ୍କୁ ଭାରତକୁ ଆତଙ୍କୀବାଦୀ କରି ପଠାଉଥିବା ପାକିସ୍ତାନ ଏବେ ରଣନୀତି ବଦଳାଇଛି।

ଭାରତରେ ହମ୍‌ଲା କରିବାକୁ ପାକିସ୍ତାନ ସରକାର ପସ୍ତୋ ଓ ଆଫଗାନିସ୍ତାନର ନାଗରିକଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରିବାରେ ଲାଗିଛି। ଏପରି କିଛି ଏଭଳି ଆତଙ୍କୀଙ୍କୁ ପାକିସ୍ତାନ ସୀମାରେ ଅନୁପ୍ରବେଶ କରାଇବାରେ ମଧ୍ୟ ସଫଳ ହୋଇଛି। ପୂର୍ବରୁ କଶ୍ମିରୀ ଓ ଉର୍ଦ୍ଦ୍ୱୁ ଭାଷା କହୁଥିବା ଯୁବକଙ୍କୁ ଭାରତ ବିରୋଧରେ ପାକିସ୍ତାନ ଉସକାଉଥିଲା।

ଗୁଇନ୍ଦା ସୂଚନା ଅନୁଯାୟୀ, କଶ୍ମୀର ସ୍ଥିତି ସମୀକ୍ଷା କରିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ସେନା ଅଣ କଶ୍ମିରୀ ଓ ଅଣ ଉର୍ଦ୍ଦ୍ୱୁ ଭାଷାର ଯୁବକଙ୍କୁ ଆତଙ୍କୀ ସଜାଇବାରେ ଲାଗିଛି। ବେଶ କିଛି ଦିନ ହେଲା ବିଭିନ୍ନ ଆତଙ୍କୀ ସଂଗଠନରେ ଏହି ଯୁବକମାନଙ୍କୁ ସାମିଲ କରାଯାଉଛି।

ପାକିସ୍ତାନ ସେନା ହିଁ ଆଫଗାନିସ୍ତାନ ଓ ପସ୍ତୋ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି। ଏହି ଷଡ଼ଯନ୍ତ୍ରକୁ ବାସ୍ତବ ରୂପ ଦେବା ପାଇଁ ପିଓକେର ଖାଇବର ପାଖତୁନଖ୍ୱା ଠାରେ ଏକ ବୈଠକ ବସିଥିଲା।

ଏଥିରେ ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥାର ଆଇଏସ୍‌ଆଇର ସଦସ୍ୟମାନେ ଯୋଗଦେଇଥିଲେ। ଏହି ଅଧିକାରୀମାନେ ବିଭିନ୍ନ ସଂଗଠନର ଆତଙ୍କୀ ମୁଖିଆ ମାନଙ୍କୁ କଶ୍ମୀରରେ ଫିଦାୟିନ ଆକ୍ରମଣ ପାଇଁ ନିଜ କ୍ୟାଡରମାନଙ୍କୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ସୁରକ୍ଷା ଏଜେନ୍ସିକୁ ଜମ୍ମୁ-କଶ୍ମୀରରେ ପସ୍ତୋ ଓ ଆଫଗାନ ଭାଷା କହୁଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଛି।

ସୋମବାର ଠାରୁ କଶ୍ମୀରରେ ମୋବାଇଲ ସେବା ଆରମ୍ଭ ହୋଇଛି। ମୋବାଇଲ ସେବା ଆରମ୍ଭ ହେବା ପରେ ଆଇଏସ୍‌ଆଇ ଏହାର ଫାଇଦା ଉଠାଇବା ଆରମ୍ଭ କରିଛି। ଆଇଏସ୍‌ଆଇ ପକ୍ଷରୁ କଶ୍ମୀରରେ ଆତଙ୍କୀ ନେଟୱର୍କକୁ ପୁଣିଥରେ ଚାଲୁ କରିବାକୁ ପ୍ରୟାସ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos