ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।
ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ ସମ୍ପର୍କରେ ପାକିସ୍ତାନ ସରକାର କୌଣସି କାରଣ ଦର୍ଶାଇ ନାହାନ୍ତି। ଏହି ଶ୍ରଦ୍ଧାଳୁମାନେ ଆସନ୍ତାକାଲି ଅଟ୍ଟାରୀ ରେଲୱେ ଷ୍ଟେସନରୁ ପାକିସ୍ତାନ ଅଭିମୁଖେ ଗସ୍ତ କରିବେ। ଯେଉଁ ଶ୍ରଦ୍ଧାଳୁମାନଙ୍କୁ ଭିସା ମିଳିନାହିଁ, ସେମାନେ ଏସ୍ଜିପିସି ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଯିବାକୁ ଭିସା ବ୍ୟବସ୍ଥା ବନ୍ଦ କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସିନିୟର ପିଲା ହଇରାଣ କରୁଥିଲେ, ଆତ୍ମହତ୍ୟା କରିଦେଲେ ନବମ ଶ୍ରେଣୀ ଛାତ୍ରୀ
ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ଜବାହାର ନବୋଦୟ ସ୍କୁଲରେ ପଢୁଥିଲେ।
National
'ମନ୍ କି ବାତ୍'କୁ ୧୦ ବର୍ଷ; ମୟୂରଭଞ୍ଜର ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଜିର ଅଧ୍ୟାୟ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
National
ନିର୍ବାଚନ ପୂର୍ବରୁ ପାରୋଲ ମାଗିଲେ ରାମ ରହିମ, EC କହିଲେ- କ'ଣ ଏମରଜେନ୍ସି?
ବର୍ତ୍ତମାନ ଡେରା ମୁଖ୍ୟ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି।
Accident
ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍; ୩ ମୃତ, ୪ ଗୁରୁତର
ଭୋଅର ୫ଟା ସମୟରେ ବସ୍ ଡ୍ରାଇଭର ଏକ ଟ୍ରକକୁ ଧକ୍କା ଦେଇଥିଲେ।
National
ପ୍ରଚାର କରିବାକୁ ଯାଇଥିଲେ ପ୍ରିୟଙ୍କା, ଲ୍ୟାଣ୍ଡ କରିପାରିଲାନି ହେଲିକପ୍ଟର
କଠୁଆ ଜିଲ୍ଲାର ବିଲାଓ୍ଵାର ନିର୍ବାଚନ ମଣ୍ଡଳୀରେ ହେଲିକପ୍ଟର ଅବତରଣ କରାଇବାରେ ପ୍ରଶାସନ ସାହାଯ୍ୟ କରୁନଥିବା ଏବଂ ତାଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଶନିବାର କଂଗ୍ରେସ ଅଭିଯୋଗ କରିଛି।