୫୮ ଜଣ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଭିସା ଦେଲାନି ପାକିସ୍ତାନ

ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍‌ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ […]

wa

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 04:16 PM IST

ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍‌ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।

ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ ସମ୍ପର୍କରେ ପାକିସ୍ତାନ ସରକାର କୌଣସି କାରଣ ଦର୍ଶାଇ ନାହାନ୍ତି। ଏହି ଶ୍ରଦ୍ଧାଳୁମାନେ ଆସନ୍ତାକାଲି ଅଟ୍ଟାରୀ ରେଲୱେ ଷ୍ଟେସନରୁ ପାକିସ୍ତାନ ଅଭିମୁଖେ ଗସ୍ତ କରିବେ। ଯେଉଁ ଶ୍ରଦ୍ଧାଳୁମାନଙ୍କୁ ଭିସା ମିଳିନାହିଁ, ସେମାନେ ଏସ୍‌ଜିପିସି ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଯିବାକୁ ଭିସା ବ୍ୟବସ୍ଥା ବନ୍ଦ କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।

Related story