ମାସୁଦ ଆଝାରକୁ ନିଖୋଜ ଦର୍ଶାଇଲା ପାକିସ୍ତାନ, ଏଫଏଟିଏଫ୍‌ ପାଇଁ ନୂଆ ଭେଳିକି

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଘଣ୍ଟ ଘୋଡ଼ାଇବା ପାଇଁ ପାକିସ୍ତାନ ନୂଆ ରଣନୀତି ଆପଣାଇଛି। ମାସୁଦ ପାକିସ୍ତାନରେ ଥିଲେ ହେଁ ଇସ୍‌ଲାମାବାଦ ତା’କୁ ନିଖୋଜ ଦର୍ଶାଇଛି। ଏଫଏଟିଏଫ୍‌କୁ ବିଭ୍ରାନ୍ତ କରିବା ପାଇଁ ପାକିସ୍ତାନ ମାସୁଦକୁ ନେଇ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି। ରବିବାର ଠାରୁ ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ ହୋଇଛି। ସମ୍ଭବତଃ ଆସନ୍ତା ଶୁକ୍ରବାର ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ବିଷୟରେ ଆଲୋଚନା ହେବ। […]

e

e

Hemant Lenka
  • Published: Monday, 17 February 2020
  • Updated: 17 February 2020, 10:32 AM IST

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଘଣ୍ଟ ଘୋଡ଼ାଇବା ପାଇଁ ପାକିସ୍ତାନ ନୂଆ ରଣନୀତି ଆପଣାଇଛି। ମାସୁଦ ପାକିସ୍ତାନରେ ଥିଲେ ହେଁ ଇସ୍‌ଲାମାବାଦ ତା’କୁ ନିଖୋଜ ଦର୍ଶାଇଛି। ଏଫଏଟିଏଫ୍‌କୁ ବିଭ୍ରାନ୍ତ କରିବା ପାଇଁ ପାକିସ୍ତାନ ମାସୁଦକୁ ନେଇ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି।

ରବିବାର ଠାରୁ ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ ହୋଇଛି। ସମ୍ଭବତଃ ଆସନ୍ତା ଶୁକ୍ରବାର ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ବିଷୟରେ ଆଲୋଚନା ହେବ। ବର୍ତ୍ତମାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନ କଳା ତାଲିକାରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ଉଦ୍ୟମ କରୁଛି।

ପ୍ରଥମେ ଲୋକ ଦେଖାଣିଆ ଭାବେ ପାକିସ୍ତାନ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଗିରଫ କରିଥିଲା। ଏବେ ମାସୁଦକୁ ଧରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ିବା ଆରମ୍ଭ ହୋଇଥିଲା। ମାସୁଦକୁ ଗିରଫ କରିବା ପରିବର୍ତ୍ତେ ପାକିସ୍ତାନ ସେ ନିଖୋଜ ହୋଇଯାଇଥିବା କହିଛି। ପାକିସ୍ତାନ ଏଫଏଟିଏଫକୁ କହିଛି ଯେ ମାସୁଦ ଆଝାର ସମ୍ପର୍କରେ କୌଣସି ସୂଚନା ନଥିବାରୁ ଇସଲାମାବାଦ ତା’ ନାଁରେ ଏଫଆଇଆର ରୁଜୁ କରିପାରୁନାହିଁ।

ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେଉଥିବା ପାକିସ୍ତାନକୁ ଫେବୃଆରୀ ମାସ ଶେଷ ସୁଦ୍ଧା ଏହାକୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିପାଇଁ ଏଫଏଟିଏଫ୍‌ ପାକିସ୍ତାନ ଆଗରେ ୨୭ଟି ନିୟମାବଳୀ ଉପସ୍ଥାପନ କରିଥିଲା। ଜାନୁଆରୀ ମାସରେ ବେଜିଂଠାରେ ଏଫଏଟିଏଫର ରିଭ୍ୟୁ ବୈଠକ ବସିଥିଲା। ଏହି ସମୟରେ ଚାଇନା ବନ୍ଧୁ ପାକିସ୍ତାନ ପାଇଁ ଓକିଲାତି କରିଥିଲା। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରୁଥିବା ଚାଇନା ପକ୍ଷରୁ ଏଫଏଟିଏଫର ଅଧିକାରୀମାନଙ୍କୁ ବୁଝାଯାଇଥିଲା। ତେଣୁ ଏଫଏଟିଏଫ୍‌ କ’ଣ ନିଷ୍ପତ୍ତି ନେଉଛି, ତାହା ଶୁକ୍ରବାର ବୈଠକ ପରେ ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story