କଶ୍ମୀର ନେତା ଗିଲାନୀଙ୍କୁ ସର୍ବୋଚ୍ଚ ସମ୍ମାନ ଦେବ ପାକିସ୍ତାନ

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ପାକିସ୍ତାନରେ ସମ୍ମାନିତ କରିବ ଇସଲାମାବାଦ। ଏଥିପାଇଁ ପାକିସ୍ତାନ ସଂସଦରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି। ପାକିସ୍ତାନର ଉଚ୍ଚ ସଦନରେ ପାସ୍‌ ହୋଇଥିବା ସଂକଳ୍ପରେ ହୁରିୟାତ କନଫରେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ଗିଲାନୀଙ୍କୁ ପାକିସ୍ତାନ ସରକାର ସର୍ବୋଚ୍ଚ ବେସାମାରିକ ସମ୍ମାନ ପ୍ରଦାନ କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ ରହିଛି। ଏହାବାଦ୍‌ ପାଠ୍ୟ ପୁସ୍ତକରେ ଗିଲାନୀଙ୍କ ଜୀବନକୁ ସାମିଲ ମଧ୍ୟ କରାଯିବ। […]

duy

duy

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 06:05 PM IST

Sports

Latest News

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ପାକିସ୍ତାନରେ ସମ୍ମାନିତ କରିବ ଇସଲାମାବାଦ। ଏଥିପାଇଁ ପାକିସ୍ତାନ ସଂସଦରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି।

ପାକିସ୍ତାନର ଉଚ୍ଚ ସଦନରେ ପାସ୍‌ ହୋଇଥିବା ସଂକଳ୍ପରେ ହୁରିୟାତ କନଫରେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ଗିଲାନୀଙ୍କୁ ପାକିସ୍ତାନ ସରକାର ସର୍ବୋଚ୍ଚ ବେସାମାରିକ ସମ୍ମାନ ପ୍ରଦାନ କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ ରହିଛି।

ଏହାବାଦ୍‌ ପାଠ୍ୟ ପୁସ୍ତକରେ ଗିଲାନୀଙ୍କ ଜୀବନକୁ ସାମିଲ ମଧ୍ୟ କରାଯିବ। ସଂକଳ୍ପରେ ଇସଲାବାଦରେ ଥିବା ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଗିଲାନୀଙ୍କ ନାଁରେ ନାମିତ କରିବାକୁ କୁହାଯାଇଛି।

୯୦ ବର୍ଷୀୟ ଗିଲାନୀ ଗତ ମାସରେ ସମସ୍ତ ପ୍ରକାରର ହୁରିୟାତ କନଫରେନ୍ସରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କୁ ପାକିସ୍ତାନ ପକ୍ଷରୁ ସମ୍ମାନୀତ କରିବାକୁ ଯୋଜନା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos