ମାନବାଧିକାର ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବ ପାକିସ୍ତାନ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି। ସିନେଟ୍‌ ଷ୍ଟାଣ୍ଡିଂ […]

rt

rt

Hemant Lenka
  • Published: Wednesday, 21 August 2019
  • Updated: 21 August 2019, 05:15 PM IST

Sports

Latest News

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି।

ଜମ୍ମୁ-କଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି।

ସିନେଟ୍‌ ଷ୍ଟାଣ୍ଡିଂ କମିଟିକୁ କଶ୍ମୀର ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡ. ମହମ୍ମଦ ଫୈଜଲ କହିଛନ୍ତି, “ଭାରତ ସରକାର ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ରୁ କର୍ଫ୍ୟୁ ଜାରି କରିଛନ୍ତି। କର୍ଫ୍ୟୁ ଜାରି କରି ଉପତ୍ୟକାରେ ଥିବା ହଜାର ହଜାର ଲୋକଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ରିପୋର୍ଟ ମୁତାବକ ୪ ହଜାରରୁ ଅଧିକ ଲୋକ ସୁରକ୍ଷାକର୍ମୀଙ୍କ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି।

ଯଦି ଭାରତ ସରକାର କର୍ଫ୍ୟୁ ପ୍ରତ୍ୟାହାର କରିନେବେ, ତା’ହେଲେ କଶ୍ମୀରବାସୀ ୩୭୦ ଉଚ୍ଛେଦର ଜବାବ ଦେବେ। ସେହି ଭୟରେ ଭାରତ ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ଆମକୁ କେବଳ ଗୋଟିଏ ଚିନ୍ତା ଘାରିଛି। ବର୍ତ୍ତମାନ ସ୍ଥିତି ଯାହା, ପୁଣିଥରେ ପୁଲୱାମା-୨ ଘଟିବାର ଆଶଙ୍କା ରହିଛି। ଭାରତୀୟ ସୁରକ୍ଷାକର୍ମୀ ଏଲଓସିରେ କ୍ରମାଗତ ଗୁଳିମାଡ଼ କରି ଚାଲିଛନ୍ତି।

କଶ୍ମୀରବାସୀଙ୍କୁ ନିର୍ଯାତନା ଦେଉଛନ୍ତି। ହେଲେ ପାକିସ୍ତାନ ସେନା ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ଆମେ ଏବେ ଭାରତ ସକରାରଙ୍କ ବିରୋଧରେ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛୁ।”

ଗତକାଲି ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ର ଦ୍ୱାରସ୍ଥ ହେବ ବୋଲି କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos