ଭାରତରୁ ଧରା ପଡ଼ିଲା ପାକିସ୍ତାନର ଗୁଇନ୍ଦା ପାରା, ନିଜ ସାଙ୍ଗେ ଆଣିଥିଲା ଏମିତି ତଥ୍ୟ

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ କରୁଥିବା ଆଉ ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜମ୍ମୁ-କଶ୍ମୀରରୁ ଗୋଟିଏ ଗୁଇନ୍ଦା ପାରାକୁ କାବୁ କରାଯାଇଛି। ପାକିସ୍ତାନ ଉକ୍ତ ପାର ଦ୍ୱାରା କିଛି କୋଡ ମେସେଜ ଭାରତକୁ ପଠାଇ ବଡ଼ଧରଣର ଅଘଟଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାନ୍ତରେ ଏହି ପାରାଟି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା। ପାରାଟି ପାକିସ୍ତାନ ସୀମାରୁ ମନୟାର ଗାଁକୁ ପ୍ରବେଶ କରିବା କ୍ଷଣି ଜଣେ ସ୍ଥାନୀୟ ଲୋକ ଏହାକୁ ନୋଟିସ୍ କରିଥିଲେ। ତେବେ ପାରାଟି ଆଗକୁ ଯିବା ପୂର୍ବରୁ ଉକ୍ତ ବ୍ୟକ୍ତି ଜଣଙ୍କ ତା’କୁ କାବୁ କରିଦେଇଥିଲେ।

ପାରାଟି କିଛି କୋଡ ମେସେଜ ବାର୍ତ୍ତା ନେଇ ଭାରତ ଆସିଥିଲା। ଏବେ ଭାରତୀୟ ସୁରକ୍ଷାକର୍ମୀ ଉକ୍ତ କୋଡ୍‌କୁ ବିସ୍ତୃତ ଭାବେ ସମୀକ୍ଷା କରିବା ଆରମ୍ଭ କରିଛନ୍ତି।

ଏହି ପାରାଟିକୁ ଗ୍ରାମବାସୀ ଜଣଙ୍କ ସ୍ଥାନୀୟ ପୁଲିସକୁ ଦେଇଥିଲେ। ତା’ର ଗୋଟିଏ ଗୋଡ଼ରେ ଛୋଟ ରିଙ୍ଗ ଥିବା ବେଳେ ଏହା ଉପରେ କିଛି ନମ୍ବର ଲେଖାଯାଇଛି। ଏବେ ଘଟଣାର ତଦନ୍ତ କରାଯାଉଥିବା କଠୁଆ ଏସ୍‌ପି ଶୈଳନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଜୁଲାଇ ୨, ଗୁରୁବାର: ଆତ୍ମବିଶ୍ୱାସ ବଢ଼ିବ

ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକକୁ ଆମେରିକାର ସମର୍ଥନ

ସତରେ ବାରୁଦ ଗଦା ଉପରେ ଛିଡ଼ା ହୋଇଥିବା ସୈନିକର ହୃଦୟଟା ବରଫ ଭଳି ….

ମାସେ ଭିତରେ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ପତଞ୍ଜଳୀର କରୋନିଲକୁ ବିକ୍ରି ପାଇଁ ଅନୁମତି, କିନ୍ତୁ…

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍

ବିବାଦ ପରେ କରୋନା ଔଷଧକୁ ନେଇ କଥା ବଦଳାଇଲା ରାମଦେବଙ୍କ ପତଞ୍ଜଳୀ

ଭାରତରେ କରୋନା ଟିକା ମିଳିଲେ ପ୍ରଥମେ ଏମାନଙ୍କୁ ଦିଆଯିବ