ଭୟଙ୍କର: ମହିଳାଙ୍କୁ ହତ୍ୟା କରି ଶବ ସହ ଦୁଷ୍କର୍ମ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଜଣେ ଦୋକାନୀ ଘଟାଇଥିବା ଜଘନ୍ୟକାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଦୋକାନୀ ଜଣଙ୍କ ଜଣେ ୩୨ ବର୍ଷୀୟ ମହିଳା ଗ୍ରାହକଙ୍କୁ ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ଶବ ସହ ଦୋକାନୀ ଜଣଙ୍କ ବାରମ୍ବାର ଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ମହାରାଷ୍ଟ୍ର ସ୍ତବ୍ଧ ହୋଇଯାଇଛି। ଅଭିଯୁକ୍ତ ୩୦ ବର୍ଷୀୟ ଶିବ ଚୌଧୁରୀ ନାଲାସୋପାରାରେ ସହରରେ ନୋଭେଲେଟି ଦୋକାନ କରିଥିଲେ। ଶୁକ୍ରବାର ପୁଲିସ୍ ତାଙ୍କୁ ଗିରଫ […]

f

f

Hemant Lenka
  • Published: Saturday, 04 July 2020
  • Updated: 04 July 2020, 03:45 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଜଣେ ଦୋକାନୀ ଘଟାଇଥିବା ଜଘନ୍ୟକାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଦୋକାନୀ ଜଣଙ୍କ ଜଣେ ୩୨ ବର୍ଷୀୟ ମହିଳା ଗ୍ରାହକଙ୍କୁ ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ଶବ ସହ ଦୋକାନୀ ଜଣଙ୍କ ବାରମ୍ବାର ଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ମହାରାଷ୍ଟ୍ର ସ୍ତବ୍ଧ ହୋଇଯାଇଛି।

ଅଭିଯୁକ୍ତ ୩୦ ବର୍ଷୀୟ ଶିବ ଚୌଧୁରୀ ନାଲାସୋପାରାରେ ସହରରେ ନୋଭେଲେଟି ଦୋକାନ କରିଥିଲେ। ଶୁକ୍ରବାର ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏବେ ସେ ୧୨ ତାରିଖ ଯାଏ ପୁଲିସ୍ ରିମାଣ୍ଡରେ ରହିବେ। କ୍ରାଇମବ୍ରାଞ୍ଚ ତାଙ୍କୁ ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ କରିବ।

କ୍ରାଇମବ୍ରାଞ୍ଚ ଅଫିସିଆଲ ସନ୍ତୋଷ ଗୁରଜାର କହିଛନ୍ତି, ଜୁନ୍ ୨୬ରୁ ପ୍ରିୟଙ୍କା କମ୍ପ୍ଲେକ୍ସରେ ରହୁଥିବା ଜଣେ ବ୍ୟକ୍ତି ତୁଲିଞ୍ଜ ପୁଲିସ୍‌ ଷ୍ଟେସନରେ ତାଙ୍କ ପତ୍ନୀ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ଅଭିଯୁକ୍ତ ଚୌଧୁରୀଙ୍କ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ।

କୌଣସି ଜିନିଷର ଦରକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚୌଧୁରୀ ମହିଳା ଜଣଙ୍କୁ ତାଙ୍କ ଦୋକାନ ପଛକୁ ଛୁଟି ଧରି ଘୋଷାରି ନେଇଥିଲେ। ସେଠାରେ ସେ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲେ। ଶେଷରେ ଗୋଟିଏ ଛୁରୀ ଦ୍ୱାରା ତାଙ୍କ ବେକୁକୁ କାଟି ଦେଇଥିଲେ।

ଜୁନ୍‌ ୨୭ ତାରିଖ ଭୋର ୩ଟା ବେଳେ ଚୌଧୁରୀ ଗୋଟିଏ ଭ୍ୟାନ୍‌ରେ ଶବଟିକୁ ନେଇ ଦୋକାନ ଠାରୁ ଅଧ କିମି ଦୂରରେ ଥିବା ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇ ଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ମହିଳା ଜଣଙ୍କୁ ହତ୍ୟା କରିବା ପରେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା।

ପୁଲିସ୍ ଚୌଧୁରୀକୁ ଗିରଫ କରିବା ପରେ ସେ ସବୁ ସତ କଥା ମାନି ଯାଇଛନ୍ତି। ସେ ମହିଳାଙ୍କୁ ହତ୍ୟା କରିବା ପରେ ରାତି ତମାମ ଶବ ସହ ଦୁଷ୍କର୍ମ କରିଥିଲେ ବୋଲି ପୁଲିସ୍‌କୁ କହିଛନ୍ତି।

ଅଭିଯୁକ୍ତ ଚୌଧୁରୀ ଏଠାରେ ଦୋକାନ କରି ରହୁଥିବା ବେଳେ ତା’ ପତ୍ନୀ ଓ ପିଲାମାନେ ରାଜସ୍ଥାନର ପାଲି ଗାଁରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos