ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଜି ଏନକାଉଣ୍ଟର ପରେ ଏନକାଉଣ୍ଟର ହେବାରେ ଲାଗିଛି। କାନପୁରର ବାରା ଅଞ୍ଚଳରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପରେ ପୁଲିସ୍‌ ବାହାରିଚ୍‌ରେ ଅନ୍ୟତମ କୁଖ୍ୟାତ ଅପରାଧୀ ପାନ୍ନା ଯାଦବକୁ ଗୁଳି କରିଛି।

ପାନ୍ନା ଯାଦବ ବିଷୟରେ ସୂଚନା ପାଇଁ ପୁଲିସ୍‌ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, ପାନ୍ନା ଯାଦବ ଓରଫ ସୁମନ ଯାଦବ ହାରଡି ଅଞ୍ଚଳର ଅହିରାନପୁରୱାରେ ଲୁଚିଥିବା ଖବର ମିଳିଥିଲା। ଏସଟିଏଫର ସଦସ୍ୟମାନେ ତାକୁ ଘେରାଉ କରିବା ବେଳେ ସେ ଗୁଳିମାଡ଼ କରିଥିଲା।

ଏସଟିଏଫ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଉଥିଲା। ଗୁଳି ବିନିମୟରେ ପାନ୍ନା ଯାଦବ ପ୍ରାଣ ହରାଇଛି। ଯାଦବ ନାଁରେ ୨୦ରୁ ଅଧିକ ହତ୍ୟା, ଡକାୟତି ଓ ବଟି ଆଦାୟ ଭଳି ମାମଲା ରହିଥିଲା। ମହରାଜାଗଞ୍ଜ, ଗୋରଖପୁର, ବାରାବାଙ୍କି, ଆଜମଗଡ଼ ଓ ଲକ୍ଷୀପୁର ଜିଲ୍ଲାରେ ତା’ ନାଁରେ ମାମଲା ରହିଥିଲା। ସେ ଗୋରଖପୁର ଜେଲରେ ଥିବା ବେଳେ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲା। ଏପରି କି ସେ ଜେଲରଙ୍କୁ ମଧ୍ୟ ମାଡ଼ ମାରିଥିଲା।

ଆହୁରି ପଢ଼ନ୍ତୁ

ଅଯୋଧ୍ୟା ବିବାଦ: ଆରମ୍ଭରୁ ଶିଳାନ୍ୟାସ ଯାଏ, ପୂରା ଘଟଣାକ୍ରମ

ଅଧିକ ଭାତ ଖାଉଛନ୍ତି କି? ରୁହନ୍ତୁ ସାବଧାନ !

ବର୍ଷାଦିନେ ବିସ୍କୁଟ କିଣି ଗଲା ପପୁ

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ