ଖୁସିରେ ମୂର୍ତ୍ତିକୁ କୁଣ୍ଢାଇ ପକାଇଲା ପିଲାଟି: ବାପାମାଆ ଗଣିଲେ ୯୦ ଲକ୍ଷ

ୱାସିଂଟନ୍‌: ମନ୍ଦିର ହେଉ ଅବା ପାର୍କ, ଆପଣ ସୁନ୍ଦର ସୁନ୍ଦର ଠାକୁର ଓ ଦେବଦେବୀଙ୍କ ମୂର୍ତ୍ତି ଦେଖିବାକୁ ପାଉଥିବେ। ଯାହାକୁ ଦେଖି ଆପଣ ଖୁସି ହୋଇ ଫଟୋ ଉଠାଇବା ସହିତ କୋଳେଇ ଧରୁଥିବେ। ମୂର୍ତ୍ତିକୁ କୋଳେଇ ଧରିବା ଯେ କାହା ପାଇଁ ମହଙ୍ଗା ପଡିପାରେ କେବେ ଭାବିଛନ୍ତି ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥାଟା ସତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ୫ ବର୍ଷର ବାଳକ ଏକ ମୂର୍ତ୍ତିକୁ କୋଳେଇ […]

boyoops

boyoops

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 04:00 PM IST

Sports

Latest News

ୱାସିଂଟନ୍‌: ମନ୍ଦିର ହେଉ ଅବା ପାର୍କ, ଆପଣ ସୁନ୍ଦର ସୁନ୍ଦର ଠାକୁର ଓ ଦେବଦେବୀଙ୍କ ମୂର୍ତ୍ତି ଦେଖିବାକୁ ପାଉଥିବେ। ଯାହାକୁ ଦେଖି ଆପଣ ଖୁସି ହୋଇ ଫଟୋ ଉଠାଇବା ସହିତ କୋଳେଇ ଧରୁଥିବେ। ମୂର୍ତ୍ତିକୁ କୋଳେଇ ଧରିବା ଯେ କାହା ପାଇଁ ମହଙ୍ଗା ପଡିପାରେ କେବେ ଭାବିଛନ୍ତି ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥାଟା ସତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ୫ ବର୍ଷର ବାଳକ ଏକ ମୂର୍ତ୍ତିକୁ କୋଳେଇ ଧରିବାରୁ ତା’ର ବାପମା’ଙ୍କୁ ୯୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି।

ଏମିତି ଥିଲା ଘଟଣା
ଆମେରିକାର ଏକ ପାର୍କକୁ ଏକ ଦମ୍ପତି ତାଙ୍କ ୫ ବର୍ଷର ପୁଅକୁ ଧରି  ସମ୍ପର୍କୀୟଙ୍କ ବାହାଘର ଭୋଜି ଖାଇବା ପାଇଁ ଯାଇଥିଲେ। ସେଠାରେ ସଜା ହୋଇଥିବା ଏକ ଦାମୀ ମୂର୍ତ୍ତିକୁ ଦେଖି ତାଙ୍କ ପୁଅ ଖୁସି ହୋଇ ତାକୁ କୋଳେଇ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ମୂର୍ତ୍ତି ସହ ପିଲାଟି ତଳେ ପଡ଼ି ଯାଇଥିଲା। ମୂର୍ତ୍ତିଟି ଭାଙ୍ଗି ଯିବା ସହ ଛୁଆଟି ଆହତ ହୋଇଥିଲା।

ଏହି ଘଟଣା ପରେ ଭାଙ୍ଗି ଯାଇଥିବା ମୂର୍ତ୍ତି ବାବଦରେ ଏକ ବୀମା କମ୍ପାନୀ ତାଙ୍କୁ ୧୩୨,୦୦୦ ଆମେରିକୀୟ ଡଲାର ଦାବି କରିଥିଲା। ଯାହା ଭାରତୀୟ ମୁଦ୍ରାରେ ୯୦ ଲକ୍ଷ ୩୮ ହଜାର ୪୦ଟଙ୍କା। ସଂପୃକ୍ତ ବୀମା କମ୍ପାନୀ କହିଛି,”ଏହା ପିଲାଟିର ମାତାପିତାଙ୍କ ଭୁଲ୍‌ ଯେ, ସେ ପିଲାଟିକୁ ଧ୍ୟାନ ଦେଇନାହାନ୍ତି, ଫଳରେ ଏମିତି ଦୁର୍ଘଟଣା ଘଟିଲା।”

ଏହାକୁ ନେଇ ପିଲାଟିର ମାଆ ନିଜ ଯୁକ୍ତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ପୁଅ ଉପରେ ପୂରା ଧ୍ୟାନ ରଖିଥିଲି। ମୂର୍ତ୍ତି ଲଗାଇଥିବା ଲୋକର ଭୁଲ୍‌। ଏପରି ଦାମୀ ମୂର୍ତ୍ତିକୁ ଅସୁରକ୍ଷିତ ସ୍ଥାନରେ ସେ ଲଗାଇଥିଲେ।”
ସେ ଆହୁରି କହିଛନ୍ତି, “ମୂର୍ତ୍ତିର ଆଖପାଖରେ କିଛି ସୁରକ୍ଷା ବଳୟ ନଥିଲା। କୌଣସି ବୋର୍ଡରେ ମଧ୍ୟ ଲେଖା ନଥିଲା ଯେ, ଏହି ମୂର୍ତ୍ତିଟି ବହୁମୂଲ୍ୟ, ଏହାକୁ ଛୁଅନ୍ତୁ ନାହିଁ। ଦୁର୍ଘଟଣାରେ ମୋ ପୁଅ ମଧ୍ୟ ଆହତ ହୋଇଛି। ଏହାକୁ କେହି ଧ୍ୟାନ ଦେଉନାହାଁନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story