ବେଲଗାମ ବିଜେପି ସାଂସଦଙ୍କ ତୁଣ୍ଡ, କେଜ୍ରିଙ୍କୁ କହିଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ବିଜେପି ନେତା ତଥା ଦିଲ୍ଲୀ ସାଂସଦ ପରଭେଶ ବର୍ମା ପୁଣିଥରେ ନିଜର ତୁଣ୍ଡ ପାଇଁ ବିବାଦରେ ଫସିଛନ୍ତି। ପୂର୍ବରୁ ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଏହି ବିଜେପି ନେତା ଜଣଙ୍କ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ କହିବାକୁ ପଛାଇ ନାହାନ୍ତି। ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆୟୋଜିତ ଏକ ରାଲିରେ ସେ କହିଛନ୍ତି, “ଦିଲ୍ଲୀରେ କେଜ୍ରିୱାଲଙ୍କ ଭଳି ଅନେକ ନଟୱରଲାଲ ଓ ଆତଙ୍କବାଦୀ ଲୁଚି ରହିଛନ୍ତି। ଆମେ […]

p

p

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 06:16 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତା ତଥା ଦିଲ୍ଲୀ ସାଂସଦ ପରଭେଶ ବର୍ମା ପୁଣିଥରେ ନିଜର ତୁଣ୍ଡ ପାଇଁ ବିବାଦରେ ଫସିଛନ୍ତି। ପୂର୍ବରୁ ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଏହି ବିଜେପି ନେତା ଜଣଙ୍କ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ କହିବାକୁ ପଛାଇ ନାହାନ୍ତି।

ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆୟୋଜିତ ଏକ ରାଲିରେ ସେ କହିଛନ୍ତି, “ଦିଲ୍ଲୀରେ କେଜ୍ରିୱାଲଙ୍କ ଭଳି ଅନେକ ନଟୱରଲାଲ ଓ ଆତଙ୍କବାଦୀ ଲୁଚି ରହିଛନ୍ତି। ଆମେ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବୁ ନା କେଜ୍ରିୱାଲଙ୍କ ଭଳି ଦିଲ୍ଲୀରେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବୁ ମୁଁ ବୁଝିପାରୁନି।”

ଏହାପୂର୍ବରୁ ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ କେଜ୍ରିୱାଲ ଓ ତାଙ୍କ ଡେପୁଟି ମନୀଷ ସିସୋଦିଆ ସମର୍ଥନ କରୁଥିବାରୁ ପରଭେଶ ଉଭୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ରେପିଷ୍ଟ ଓ ହତ୍ୟାକାରୀ କହିଥିଲେ। ଏହାକୁ ନେଇ ନିର୍ବାଚନ କମିଶନ କ୍ଷୁବ୍ଧ ହେବା ସହ ପରଭେଶଙ୍କୁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos