ପଠାନକୋଟ ଅଞ୍ଚଳରେ ପୁଣି ଅନୁପ୍ରବେଶ ଉଦ୍ୟମ: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ

ପଠାନକୋଟ: ପଠାନକୋଟ ବାମିୟାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସକାଳେ ସୁରକ୍ଷା କର୍ମୀ ପଣ୍ଡ କରିଦେଇଛନ୍ତି। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।

ଘନ କୁହୁଡିର ଫାଇଦା ନେଇ ୩ଜଣ ଆତଙ୍କବାଦୀ ବାମିୟାଲ ଅଞ୍ଚଳର ତାଶ ଚେକପୋଷ୍ଟ ନିକଟରେ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ଭାରତୀୟ ସୀମାରେ ମୁତୟନ ବିଏସଏଫ୍ ଯବାନଙ୍କ ନଜରକୁ ଆସିବା ପରେ ଚେତାବନୀ ଦିଆଯାଇଥିଲା। ତେବେ ଆତଙ୍କୀମାନେ ଦୌଡିବା ଆରମ୍ଭ କରିଦେଇଥିଲେ। ତାଶ ପଟ୍ଟନ ପାଖରେ ଯବାନମାନେ ଜଣେ ଆତଙ୍କୀକୁ ମାରିବାକୁ ସକ୍ଷମ ହୋଇଥିଲେ। ପରେ ଯବାନମାନେ ପୂରା ଅଞ୍ଚଳରେ ତଲାସୀ କରିଥିଲେ।

ପଠାନକୋଟ ଏୟାରବେସ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ବାମିୟାଲ ଅଞ୍ଚଳ ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ। ଏହି ଆକ୍ରମଣ ପରେ ପଠାନକୋଟ ସମେତ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

 

 

 

 

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତ ଲୀଳାବତି ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଅଧା ରହିଗଲା ମା’ଙ୍କ ଜନ୍ମଦିନ ସରପ୍ରାଇଜ୍‌…

ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ମୁଡ ଅଫ ନେଶନ: କୋଭିଡ ମୁକାବିଲା ମୋଦି ସରକାରଙ୍କ ବଡ଼ ବିଫଳତା

ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

ମୁଡ ଅଫ ନେଶନ: ଯୋଗୀ ଆଦିତ୍ୟନାଥ ୧ନଂ ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ କେତେ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ