ଭାରତକୁ କରୋନା ବିପଦ ଘନେଇଲା, ଚାରିଆଡ଼େ ଧରପଗଡ଼, ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଛୁଇଁଲା

ନୂଆଦିଲ୍ଲୀ: ଚାଇନା ପରେ ଭାରତ ପ୍ରତି ଘାତକ ହେବାକୁ ବସିଲାଣି ପ୍ରାଣଘାତୀ କରୋନା ଭାଇରସ। ସୋମବାର ଦୁଇ ଜଣ, ମଙ୍ଗଳବାର ୮ ଜଣ ଏବଂ ବୁଧବାର ଆକ୍ରାନ୍ତ ସଂଖ୍ୟା ୨୯ରେ ପହଞ୍ଚିବାରୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଇଟାଲୀ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ସେହିପରି ଗୁରୁଗ୍ରାମରେ ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ଭାରତୀୟ କି […]

dx

dx

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 09:04 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ପରେ ଭାରତ ପ୍ରତି ଘାତକ ହେବାକୁ ବସିଲାଣି ପ୍ରାଣଘାତୀ କରୋନା ଭାଇରସ। ସୋମବାର ଦୁଇ ଜଣ, ମଙ୍ଗଳବାର ୮ ଜଣ ଏବଂ ବୁଧବାର ଆକ୍ରାନ୍ତ ସଂଖ୍ୟା ୨୯ରେ ପହଞ୍ଚିବାରୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଇଟାଲୀ ପର୍ଯ୍ୟଟକ ବୋଲି ଜଣାପଡ଼ିଛି।

ସେହିପରି ଗୁରୁଗ୍ରାମରେ ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ଭାରତୀୟ କି ନୁହେଁ, ତା’ହା ଜଣାପଡ଼ିନାହିଁ।

ଆଜି ମଧ୍ୟପ୍ରଦେଶରେ ୯ ଜଣ ଇଟାଲୀୟ ଓ ଜଣେ ଭାରତୀୟ ଗାଇଡ୍‌ଙ୍କୁ କରୋନା ସନ୍ଦେହରେ ଛତ୍ରପୁରା ଠାରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି।

ଇଟାଲୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଜଣେ ଭାରତୀୟ ଡ୍ରାଇଭର କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ଆଇଟିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସାରା ଦେଶରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରଠାରୁ ରାଜ୍ୟ ଯାଏ ସବୁଆଡ଼େ ଘନଘନ ବୈଠକ କରାଯାଇଛି। ଏଥିସହ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପ୍ରେସମିଟ୍ କରି ସମସ୍ତ ହସ୍ପିଟାଲକୁ କରୋନା ପାଇଁ ଅଲଗା ଓ୍ୱାର୍ଡର ବ୍ୟବସ୍ଥା କରିବା ପାଇଁ କହିଛନ୍ତି।

ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ମଙ୍ଗଳବାର ଦିଲ୍ଲୀର ଏକ ହୋଟେଲରେ ଥିବା ଇଟାଲୀର ୧୬ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଏବେ ସେମାନଙ୍କ ଶରୀରରେ କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଛି।

ଏହି ହୋଟେଲରେ ଥିବା ମୋଟ ୨୧ ଜଣ ଇଟାଲୀୟ ପର୍ଯ୍ୟଟକ ଏବଂ ତିନିଜଣ ଭାରତୀୟ ଟୁର୍ ଅପରେଟରଙ୍କୁ ମାର୍ଚ୍ଚ ୩ରୁ ଦିଲ୍ଲୀର ଆଇଟିବିପି କ୍ୟାମ୍ପକୁ ପଠାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୧୬ ଜଣ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି।

ଏହା ବ୍ୟତୀତ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ଜଣେ ଲେଖାଏ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଦିଲ୍ଲୀ ନୋଏଡାରେ କରୋନା ସନ୍ଦେହରେ ପରୀକ୍ଷା ହୋଇଥିବା ୬ ଜଣଙ୍କ ନମୁନାରେ କୌଣସି ପ୍ରକାର ବିପଦ ନଥିବା ଜଣାପଡ଼ିଛି।

ଏହାକୁ ନେଇ ଦେଶବ୍ୟାପୀ ଲୋକଙ୍କ ମନରେ ଛନକା ପଶିଛି। ତେବେ ଲୋକଙ୍କୁ ଆତଙ୍କିତ ନହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉଚ୍ଚସ୍ତରୀୟ ବୈଠକ ଡାକି କରୋନା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଖାସ୍ କରି ବିମାନବନ୍ଦରରେ ସ୍କ୍ରିନିଂ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଣିକି ପୂର୍ବରୁ ତାଲିକାଭୁକ୍ତ ୧୨ଟି ଦେଶ ବଦଳରେ ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କର ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସ୍କ୍ରିନିଂ ହେବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂର୍ବରୁ ୧୫ଟି ଲ୍ୟାବରେ ନମୁନା ଯାଞ୍ଚ କରାଯାଉଥିବା ବେଳେ ଏବେ ଏହାକୁ ୧୯କୁ ବଢ଼ାଯାଇଥିବା ସେ ସୂଚନା ଦେଇଛନ୍ତି।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଦିଲ୍ଳୀର ସମସ୍ତ ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ, ଅଧିକ୍ଷକ ଓ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସଂକ୍ରମଣ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି।

କରୋନାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପରୀକ୍ଷା ବେଳେ ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏନେଇ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେବଳ ମାସ୍କ ନୁହେଁ ପରୀକ୍ଷା ହଲକୁ ପିଲାମାନେ ସାନିଟାଇଜେସନ ନେଇ ଯାଇ ପାରିବେ ବୋଲି କୁହାଯାଇଛି। ସମସ୍ତ ସ୍କୁଲରେ ପିଲାମାନଙ୍କୁ କରୋନା କବଳରୁ ବର୍ତ୍ତିବା ପାଇଁ ସଚେତନା କାର୍ଯ୍ୟକ୍ରମ କରିବାକୁ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ୭୮ଟି ଦେଶ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। କରୋନା ବ୍ୟାପୁ ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ସରକାର ଜାରି କରିଥିବା ଆଡଭାଇଜରୀ ଅନୁଯାୟୀ ଲୋକେ ମାସ୍କ ଓ ସାନିଟାଇଜର କିଣିବାରେ ଲାଗିଛନ୍ତି। କେବଳ ସାଧାରଣ ଲୋକ ନୁହନ୍ତି କିଛି ସାଂସଦ ଆଜି ମାସ୍କ ପିନ୍ଧି ସଂସଦକୁ ଆସିଥିବା ଦେଖିବାକୁ ମିଳିଛି।

ଚାଇନାରୁ ସୃଷ୍ଟି କରୋନା ଭାଇରସ ଏଯାଏ ସାରା ବିଶ୍ୱରେ ୩ ହଜାର ୧୩୧ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ଏହାଦ୍ୱାରା ୯୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସାଉଦି ଆରବ ପ୍ରସିଦ୍ଧ ମକ୍କା ପୀଠରେ ସମୂହ ପ୍ରାର୍ଥନା ଉପରେ ରୋକ ଲଗାଇଛି। ମକ୍କା ସ୍ଥଳକୁ ପ୍ରତିଦିନ ହଜାର ହଜାର ଲୋକ ଯାଇଥାଆନ୍ତି। ଏହାଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ଥିବାରୁ ସାଉଦି ସରକାର ଏହା ଉପରେ ରୋକ ଲଗାଇଛନ୍ତି। ଆଜି ଇରାକରେ ମଧ୍ୟ କରୋନା ପ୍ରଥମଥର ପାଇଁ ଜଣଙ୍କ ମୁଣ୍ଡ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos