ଆତଙ୍କୀ ନିହତ, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଲୋକେ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଛାଦୋରାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା’ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ବନ୍ଧୁକ ଜବତ ହୋଇଛି। ତେବେ ନିହତ ଆତଙ୍କବାଦୀଙ୍କ ସମର୍ଥନରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ଚେକପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ […]

wq

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 04:46 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଛାଦୋରାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା’ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ବନ୍ଧୁକ ଜବତ ହୋଇଛି। ତେବେ ନିହତ ଆତଙ୍କବାଦୀଙ୍କ ସମର୍ଥନରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଥିବା ଖବର ମିଳିଛି।

ଚେକପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ଜଣଙ୍କ ଗୁଳିମାଡ଼ କରିଥିଲା। ଏହାପରେ ଦୀର୍ଘ ସମୟ ଧରି ସେଠାରେ ଗୁଳି ବିନିମୟ ହୋଇଥିଲା।

ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ସାଧାରଣ ଲୋକମାନେ ପ୍ରବଳ ଟେକାପଥର ମାଡ଼ କରିଥିଲେ। ଗୋଟିଏ ପଟେ ଟେକା ପଥର ଓ ଅନ୍ୟ ପଟେ ଆତଙ୍କୀଙ୍କ ଗୁଳିମାଡ଼ର ମୁକାବିଲା କରି ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ନିପାତ ଅଭିଯାନ ଜାରି ରଖିଥିଲେ।

ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ଜଣଙ୍କ ନିହତ ହୋଇଥିଲା। ଏହାପରେ ସାଧାରଣ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ ଜାରି ରଖିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲେ। ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି।

Related story