ଶେହଲା ରସିଦଙ୍କୁ ଗିରଫ ଦାବି କରି ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କଶ୍ମୀର ପିପଲ୍ସ ମୁଭମେଣ୍ଟ ନେତା ତଥା ପୂର୍ବତନ ଜେଏନ୍ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ ଆଜି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି,ଶେଲା ରସିଦ ଭାରତ ସରକାର ଓ ସେନାର ଯବାନଙ୍କ ବିରୋଧରେ ଅପପ୍ରଚାର […]

es

es

Hemant Lenka
  • Published: Monday, 19 August 2019
  • Updated: 19 August 2019, 05:11 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କଶ୍ମୀର ପିପଲ୍ସ ମୁଭମେଣ୍ଟ ନେତା ତଥା ପୂର୍ବତନ ଜେଏନ୍ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ ଆଜି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି,ଶେଲା ରସିଦ ଭାରତ ସରକାର ଓ ସେନାର ଯବାନଙ୍କ ବିରୋଧରେ ଅପପ୍ରଚାର କରିବାରେ ଲାଗିଛନ୍ତି। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରାଯାଉ।

ଶେହଲା ରସିଦ ରବିବାର ଏକ ସିରିଜ୍‌ ଟ୍ୱିଟ କରିଥିଲେ। ଏଥିରେ ସେ କହିଥିଲେ, “ଲୋକମାନେ କହୁଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍‌ ଆଇନ୍‌ଶୃଙ୍ଖଳା ନିୟନ୍ତ୍ରଣ କରିବାର ଅଧିକାର ହରାଇଛି। ସେମାନେ ଶକ୍ତିହୀନ ହୋଇଯାଇଛନ୍ତି।

ବର୍ତ୍ତମାନ ସବୁ ବ୍ୟବସ୍ଥା ଅର୍ଦ୍ଧସାମରିକ ବାହିନୀ ହାତରେ ରହିଛି। ଜଣେ ସିଆରପିଏଫ୍‌ ଯବାନଙ୍କ ଅଭିଯୋଗ କ୍ରମେ ଏସ୍‌ଏଚ୍‌ଓଙ୍କୁ ବଦଳି କରାଯାଇଛି। ଏସ୍‌ଏଚ୍‌ଓ ମାନଙ୍କୁ କେବଳ ଲାଠି ଦିଆଯାଉଛି। ତାଙ୍କ ଠାରୁ ସର୍ଭିସ ବନ୍ଧୁକ ଛଡ଼ାଇ ନିଆଯାଇଛି।”

ତେବେ ଶୈଲା ରସିଦଙ୍କ ଏହି ଅଭିଯୋଗକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି। ଶେହଲା ଏଭଳି ଅପପ୍ରଚାର କରୁଥିବାରୁ ତାଙ୍କ ବିରୋଧରେ ଧାରା ୧୨୪-ଏ ଅନୁଯାୟୀ ଦେଶଦ୍ରୋହ ମାମଲା ଚଳାଇବାକୁ ଆବେଦନକାରୀ ଓକିଲ ଶ୍ରୀବାସ୍ତବ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos