୭ ଦିନ ବ୍ୟବଧାନରେ ପୁଣି ବଢିଲା ତେଲ ଦର, ଭୁବନେଶ୍ୱରରେ ୭୫ ଡେଇଁଲା  

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ସର୍ବୋଚ୍ଚ ରେକର୍ଡ଼ସ୍ତର ଛୁଇଁଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ମାତ୍ର ୭ ଦିନର ବ୍ୟବଧାନ ପରେ ପୁଣି ଥରେ ବୃଦ୍ଧିପାଇଛି ତେଲ ଦର। ପେଟ୍ରୋଲ ଲିଟର ପ୍ରତି ୭୬.୨୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୬୭.୫୭ ଟଙ୍କା ଛୁଇଁଛି। ବିଶେଷ କରି ଅନ୍ତର୍ଜାତୀୟ ତୈଳ କମ୍ପାନୀ ଗୁଡ଼ିକ ମୂଲ୍ୟ ବୃଦ୍ଧି କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିଛି। ଏମିତିକି ଏହି ପରିସ୍ଥିତି ଆସନ୍ତା ୪ ସପ୍ତାହ ଧରି ଜାରି […]

dhrmendra-1

dhrmendra-1

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 03:58 PM IST

Sports

Latest News

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ସର୍ବୋଚ୍ଚ ରେକର୍ଡ଼ସ୍ତର ଛୁଇଁଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ମାତ୍ର ୭ ଦିନର ବ୍ୟବଧାନ ପରେ ପୁଣି ଥରେ ବୃଦ୍ଧିପାଇଛି ତେଲ ଦର। ପେଟ୍ରୋଲ ଲିଟର ପ୍ରତି ୭୬.୨୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୬୭.୫୭ ଟଙ୍କା ଛୁଇଁଛି। ବିଶେଷ କରି ଅନ୍ତର୍ଜାତୀୟ ତୈଳ କମ୍ପାନୀ ଗୁଡ଼ିକ ମୂଲ୍ୟ ବୃଦ୍ଧି କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିଛି। ଏମିତିକି ଏହି ପରିସ୍ଥିତି ଆସନ୍ତା ୪ ସପ୍ତାହ ଧରି ଜାରି ରହିବ ବୋଲି କୁହାଯାଉଛି। ଆଜି ପେଟ୍ରୋଲ ଲିଟର ପ୍ରତି ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୬ ପଇସା ବୃଦ୍ଧି ପାଇଛି।

ଏହି ମୂଲ୍ୟ ଦିଲ୍ଲୀ ପାଇଁ ଲାଗୁ ହୋଇଥିବା ବେଳେ ଭାଟ ଏବଂ ଟ୍ୟାକ୍ସକୁ ନେଇ ଅନ୍ୟ ରାଜ୍ୟ ଗୁଡ଼ିକରେ ଏହି ମୂଲ୍ୟର ତାରତମ୍ୟ ରହିବ। ଆଜି ଭୁବନେଶ୍ୱରରରେ ପେଟ୍ରୋଲ ଲିଟର ପ୍ରତି ୭୫.୦୬ ଟଙ୍କା ଥିବା ବେଳେ ଡିଜେଲ ୭୨.୪୩ ଟଙ୍କା ରହିଛି।  ଏବେ ଚାଲିଥିବା ଦୈନିକ ତେଲ ଦର ସଂଶୋଧନ ନିୟମରେ ୧୯ ଦିନ ମଧ୍ୟରେ (ମେ ୧୪ ମଧ୍ୟରେ) ୭ ଥର ତେଲ ଦରରେ ବୃଦ୍ଧି ଘଟିଲାଣି। କର୍ଣ୍ଣାଟକ ନିର୍ବାଚନରେ ତେଲ ଦର ଏମିତି ଅସ୍ଥିରତା ଦେଖାଦେଇଛି।  ଗତ ସପ୍ତାହରେ ପେଟ୍ରୋଲ ଲିଟର ପ୍ରତି ୧.୬୧ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧.୬୪ ଟଙ୍କା ବୃଦ୍ଧି ପାଇଥିଲା ଗତ ସପ୍ତାହରେ ପେଟ୍ରୋଲ ଲିଟର ପିଛା ଦର ୭୪ ଟଙ୍କା ୬୩ ପଇସାରୁ ୭୪ ଟଙ୍କା ୮୦ ପଇସା ଏବଂ ଡିଜେଲ ଦର ୬୫ ଟଙ୍କା ୯୩ ପଇସାରୁ ୬୬ ଟଙ୍କା ୧୪ ପଇସାକୁ ବୃଦ୍ଧି ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos