ତୈଳଦର ଉପରୁ ୪% ଭ୍ୟାଟ୍‌ ହ୍ରାସ କଲେ ରାଜସ୍ଥାନ ସରକାର

ଜୟପୁର: ରାଜସ୍ଥାନର କ୍ଷମତାସୀନ ବସୁନ୍ଧରା ରାଜେ ସରକାର ଏବେ ତୈଳଦର ହ୍ରାସ କରିବାକୁ ଅଣ୍ଟା ଭଡ଼ିଛନ୍ତି। ବର୍ଦ୍ଧିତ ତୈଳଦର ଯୋଗୁ ଜନଅସନ୍ତୋଷ ବଢ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଭ୍ୟାଟ୍‌ ହ୍ରାସ କରିଛନ୍ତି। 
 
ଏହି ଘୋଷଣା ପରେ ରାଜସ୍ଥାନରେ ଏଣିକି ପେଟ୍ରୋଲ ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୨.୫ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ରାଜସ୍ଥାନ ସରକାର ପେଟ୍ରୋଲ ଉପରେ ୩୦% ଭ୍ୟାଟ୍‌ ଆଦାୟ କରୁଥିବା ବେଳେ ଡିଜେଲ୍‌ ଉପରେ ୨୨% ଭ୍ୟାଟ୍‌ ଆଦାୟ କରୁଥିଲେ। 
କିନ୍ତୁ ଏବେ ପେଟ୍ରୋଲ ଉପରେ ୨୬% ଓ ଡିଜେଲ୍‌ ଉପରେ ୧୮% ଭ୍ୟାଟ୍‌ ଆଦାୟ ହେବ ବୋଲି ଶ୍ରୀମତୀ ରାଜେ ଘୋଷଣା କରିଛନ୍ତି। ଏଭଳି ଭ୍ୟାଟ୍‌ ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କ ଉପରେ ୨ ହଜାର କୋଟିର ଆର୍ଥିକ ବୋଝ ପଡ଼ିବ। 

ଆହୁରି ପଢ଼ନ୍ତୁ

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି

ଭଉଣୀକୁ ବଳି ଦେଇ ଆଗରୁ ଭାଇ ବନ୍ଧା ହୋଇଥିଲେ, ଏବେ ଧରାପଡ଼ିଲା ମାଷ୍ଟର ମାଇଣ୍ଡ

ବିଭୁ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା

ଜିରୋ ରେଜଲ୍ଟ ପାଇଁ ୧୫ଟି କଲେଜକୁ ନୋଟିସ୍‌

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ

ବଦଳିଲା ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ