ବନ୍ଦ ଡାକରା ପ୍ରତ୍ୟାହୃତ: ଏଣିକି ମଧ୍ୟରାତ୍ରି ନୁହେଁ, ଏହି ସମୟରେ ଆସିବ ନୂଆ ପେଟ୍ରୋଲ ଦର

ନୂଆଦିଲ୍ଲୀ: ପ୍ରତ୍ୟାହାର ହେଲା ଅନ୍ଦୋଳନ ଡାକରା । ଜୁନ୍‌ ୧୬ରୁ ପେଟ୍ରୋଲ ଏବଂ ଡିଜେଲ ଦର ଦୈନିକ ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲା ଆଜି ତାହା ପ୍ରତ୍ୟାହୃତ  ହୋଇଛି। ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ରଖିଥିବା ଦାବିକୁ ସରକାର ମାନିନେଇଛନ୍ତି। ଦାବି ଅନୁଯାୟୀ ଏଣିକି ଆଉ ନୂଆ ତେଲ ଦର ମଧ୍ୟରାତ୍ରିରେ ଲାଗୁ ହେବ ନାହିଁ। ଏହା ବଦଳରେ ସନ୍ଧ୍ୟା ୬ଟା ବେଳେ କାର୍ଯ୍ୟକାରୀ ହେବ। ସୂଚନା ଅନୁଯାୟୀ ଜୁନ୍‌ ୧୬ରୁ ପେଟ୍ରୋଲ ଏବଂ ଡିଜେଲ ଦର ଦୈନିକ ପରିବର୍ତ୍ତନ ନିଷ୍ପତ୍ତିକୁ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ବିରୋଧ କରିଥିଲା।

ସଂଘର କହିବା ଅନୁଯାୟୀ ମଧ୍ୟରାତ୍ରି ହେଉଛି ପେଟ୍ରୋଲ ଏବଂ ଡିଜେଲ ପମ୍ପ ବନ୍ଦର ସମୟ। ସବୁବେଳେ ମଧ୍ୟରାତ୍ରିରେ ନୂଆ ଦର ଆସିଲେ ମେସିନରେ ନୂଆ ତଥ୍ୟ ଅପଡେଟ କରିବା ସମୟସାପେକ୍ଷ। କାରଣ ପୁରୁଣା ଷ୍ଟକକୁ ହିସାବ ନେଇ ମିଟର ରିଡିଂ ହେବ। ତେଣୁ ଏସବୁ କାମ ଦୈନିକ କରିବା ସମ୍ଭବ ନୁହଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇ ଥିଲା । ଏହାକୁ ନେଇ  ଡିଲର୍ସ ଆସୋସିଏସନ ବନ୍ଦ ଡାକରା ଦେଇଥିବା ବେଳେ ସରକାର ସେମାନଙ୍କ ଦାବିକୁ ମାନିନେଇଛନ୍ତି।

ସେପଟେ ନୂଆ ଟାଇମିଂରେ   ଡିଲର୍ସ ଆସୋସିଏସନ ରାଜିଥିବା କେନ୍ଦ୍ର ପେଟ୍ରୋଲିମୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।  ସେହିପରି ପୂର୍ବରୁ ଥିବା ଦୈନିକ ତେଲ ଦଳ ବଦଳିବା ନିଷ୍ପତ୍ତି କାଏମ ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର

୧୦ରୁ ୧୩ ଲକଡାଉନ୍, ଜରୁରୀକାଳୀନ ସେବା ମିଳିବ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନେପାଳରେ ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ୍

୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ଆଉ ପାଦେ ଆଗେଇଲା ଭାରତୀୟ ରେଳ

ସିଲାବସ କମିବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ମନ୍ତ୍ରୀ

ଲଦାଖ ପରେ ହଟ ସ୍ପୀଙ୍ଗରୁ ହଟିଲା ଚୀନ୍ ସେନା, ଆଗକୁ ଜାରି ରହିବ ବୈଠକ

୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ