ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ପାଇଲଟ ଓ ଗେହଲଟ କଳି ଏବେ କୋର୍ଟରେ ପହଞ୍ଚିଛି। ଉପ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗେହଲଟ ସରକାର ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସଚିନ ଓ ତାଙ୍କ ସହ ଥିବା ଅନ୍ୟ ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପୂର୍ବରୁ ରାଜସ୍ଥାନ ବିଧାନସଭା ବାଚସ୍ପତି ନୋଟିସ୍‌ କରିଥିଲେ। ଏହା ବିରୋଧରେ ଆଜି ପାଇଲଟ ଆଣ୍ଡ କୋ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। […]

du

du

Hemant Lenka
  • Published: Thursday, 16 July 2020
  • Updated: 16 July 2020, 05:06 PM IST

Sports

Latest News

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ପାଇଲଟ ଓ ଗେହଲଟ କଳି ଏବେ କୋର୍ଟରେ ପହଞ୍ଚିଛି। ଉପ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗେହଲଟ ସରକାର ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସଚିନ ଓ ତାଙ୍କ ସହ ଥିବା ଅନ୍ୟ ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପୂର୍ବରୁ ରାଜସ୍ଥାନ ବିଧାନସଭା ବାଚସ୍ପତି ନୋଟିସ୍‌ କରିଥିଲେ।

ଏହା ବିରୋଧରେ ଆଜି ପାଇଲଟ ଆଣ୍ଡ କୋ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ କରିବା ସହ ପୁଣିଥରେ ନୋଟିସ୍‌ ବିରୋଧରେ ସଂଶୋଧିତ ଆବେଦନ ଦାଖଲ କରିବାକୁ କହିଛନ୍ତି। ଏଥିପାଇଁ ସଚିନ ପାଇଲଟ କ୍ୟାମ୍ପଙ୍କୁ କୋର୍ଟ ସମୟ ମଧ୍ୟ ଦେଇଛନ୍ତି।

କୋର୍ଟ ପ୍ରଥମେ ଆଜି ଦିନ ୩ଟାରେ ପାଇଲଟ ଆଣ୍ଡ କୋଙ୍କ ଆବେଦର ଶୁଣାଣି କରିବାର ଥିଲା। ହେଲେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ମୁକୁଲ ରୋହତଗୀ ସଂଶୋଧିତ ପିଟିସନ ଦାଖଲ ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ।

ସାଲଭେ କହିଥିଲେ ଯେ ବିଧାୟକମାନେ ସେମାନଙ୍କ ପାଖକୁ ଆସିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ ବାଚସ୍ପତି କହିଛନ୍ତି। ନଚେତ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଧମକ ମିଳିଛି।

ଏହି ନୋଟିସ ବିରୋଧରେ ବିଧାୟକମାନେ ସଂଶୋଧିତ ପିଟିସନ ଦାଖଲ କରିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏଥିପାଇଁ କିଛି ସମୟ ମିଳିବା ଦରକାର। ଏହାପରେ ଆବେଦନ ଦାଖଲ କରିବାକୁ କୋର୍ଟ ପାଇଲଟ କ୍ୟାମ୍ପଙ୍କୁ ସମୟ ଦେଇଛନ୍ତି। ଆସନ୍ତାକାଲି ସଂଶୋଧିତ ଆବେଦନର ଶୁଣାଣି ହାଇକୋର୍ଟର ଡିଭିଜନ ବେଞ୍ଚରେ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story