ଆକାଶରୁ ଖସିଲା, ଉଚ୍ଚ ଗଛ ଉପରେ ଯାଇ ଲାଖିଲା

ୱାଶିଂଟନ୍‌: ଆମେରିକାର ଇଡାହୋ ଠାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆକାଶରୁ ତଳକୁ ଖସି ପଡ଼ିଥିଲା। ତେବେ ଏହା ସୌଭାଗ୍ୟକ୍ରମେ ଏକ ୬୦ ଫୁଟ୍‌ ଉଚ୍ଚ ଗଛର ଡାଳରେ ଲାଖି ରହିଯିବାରୁ ପାଇଲଟ୍‌ ଜଣଙ୍କ ସୁରକ୍ଷିତ ଅବସ୍ଥାରେ ଅବତରଣ କରିପାରିଛନ୍ତି। ବିମାନଟି ଗଛ ଉପରେ ଲାଖିବା ପରେ ଏହାର ଏକ ଅଂଶ ଏବଂ ଗୋଟିଏ ଚକା ତଳକୁ ଖସି ପଡ଼ିଥିଲା। କିନ୍ତୁ ବିମାନର ଅନ୍ୟ ଅଂଶଗୁଡ଼ିକ […]

sw

sw

Hemant Lenka
  • Published: Friday, 26 April 2019
  • Updated: 26 April 2019, 03:57 PM IST

Sports

Latest News

ୱାଶିଂଟନ୍‌: ଆମେରିକାର ଇଡାହୋ ଠାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆକାଶରୁ ତଳକୁ ଖସି ପଡ଼ିଥିଲା। ତେବେ ଏହା ସୌଭାଗ୍ୟକ୍ରମେ ଏକ ୬୦ ଫୁଟ୍‌ ଉଚ୍ଚ ଗଛର ଡାଳରେ ଲାଖି ରହିଯିବାରୁ ପାଇଲଟ୍‌ ଜଣଙ୍କ ସୁରକ୍ଷିତ ଅବସ୍ଥାରେ ଅବତରଣ କରିପାରିଛନ୍ତି। ବିମାନଟି ଗଛ ଉପରେ ଲାଖିବା ପରେ ଏହାର ଏକ ଅଂଶ ଏବଂ ଗୋଟିଏ ଚକା ତଳକୁ ଖସି ପଡ଼ିଥିଲା। କିନ୍ତୁ ବିମାନର ଅନ୍ୟ ଅଂଶଗୁଡ଼ିକ ସୁରକ୍ଷିତ ଭାବେ ଗଛ ଉପରେ ହିଁ ଲଟକି ରହିଥିଲା।

ବିମାନଟି ଗଛରେ ଲାଖି ଯିବା ପରେ ଏହା ମଧ୍ୟରେ ଥିବା ୭୯ ବର୍ଷୀୟ ବୃଦ୍ଧ ପାଇଲଟ୍‌ଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ତଳକୁ ଆଣିଥିଲେ। ୭୯ ବର୍ଷୀୟ ପାଇଲଟ୍‌ ଜନ୍‌ ନିଜର ସିଙ୍ଗଲ ଇଞ୍ଜିନ୍‌ ପାଇପର କବ୍‌ ପିଏ-୧୮ ଚଳାଉଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos