କେମିତି ଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି। ଏୟାର ଷ୍ଟ୍ରାଇକ୍‌ରେ ସାମିଲ ଥିବା ୨ ଜଣ ପାଇଲଟ୍‌ ନିଜର ନାଁ ଗୋପନ ରଖି କିଛି କଥାକୁ ସାର୍ବଜନୀନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ଖାଇବର ପାଖତୁନଖ୍ୱାର ବାଲାକୋଟ୍‌ରେ […]

rre

rre

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 05:56 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି। ଏୟାର ଷ୍ଟ୍ରାଇକ୍‌ରେ ସାମିଲ ଥିବା ୨ ଜଣ ପାଇଲଟ୍‌ ନିଜର ନାଁ ଗୋପନ ରଖି କିଛି କଥାକୁ ସାର୍ବଜନୀନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ଖାଇବର ପାଖତୁନଖ୍ୱାର ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପ ଉପରେ ହମ୍‌ଲା କରିଥିଲା।

ମାତ୍ର ୯୦ ସେକେଣ୍ଡ ମଧ୍ୟରେ ସବୁ କିଛି ହୋଇଥିଲା। ଆମେ କ୍ୟାମ୍ପ ଉପରେ ବୋମା ମାଡ଼ କରିବା ପରେ ତୁରନ୍ତ ଭାରତକୁ ଫେରିଥିଲୁ। ଏକଥା କେହି ଜାଣି ନଥିଲେ। ଏପିତି କି ମୋ ପରିବାର ଲୋକ ମଧ୍ୟ ଏକଥା ଜାଣି ନଥଲେ। ଘଟଣାର ପରଦିନ ଯେତେବେଳ ଖବର ପ୍ରକାଶ ପାଇଲା, ମୋ ସ୍ତ୍ରୀ ମୋତେ ଅପରେସନ ସମ୍ପର୍କରେ ପଚାରିବା ସହ ମୁଁ ସେଥିରେ ସାମିଲ ଥିଲି କି ନାହିଁ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୁଁ କୌଣସି ଉତ୍ତର ନ ଦେଇ ଶୋଇ ପଡ଼ିଥିଲି।”

ଆଉ ଜଣେ ପାଇଲଟ୍‌ କହିଛନ୍ତି, “ଷ୍ଟ୍ରାଇକ୍‌ର ଦୁଇ ଦିନ ପୂର୍ବରୁ ଆମକୁ ଏ ସମ୍ପର୍କରେ କିଛି ସଙ୍କେତ ଦିଆଯାଇଥିଲା। ଆମେ କେବଳ ଜାଣିଥିଲୁ କିଛି ଗୋଟେ ଘଟିବ। ହେଲେ କ’ଣ ଘଟିବ, ତା’ର ସ୍ପଷ୍ଟ ଚିତ୍ର ଆମ ପାଖରେ ନଥିଲା। ଫେବୃଆରୀ ୨୫ରେ ମିରାଜ୍‌-୨୦୦୦ରେ ବୋମା ଖଞ୍ଜା ଯାଇଥିଲା। ଆମେ ଠିକ୍‌ ରାତି ୨ଟା ବେଳକୁ ଉଡ଼ାଣ କରିଥିଲୁ। ଆମେ ଆମ ଦୈନିନ୍ଦନ ରୁଟିନ୍‌ରେ କୌଣସି ପରିବର୍ତ୍ତନ କରି ନଥିଲୁ। କାରଣ ଏହାଦ୍ୱାରା ଶତ୍ରୁପକ୍ଷ ଆଗୁଆ ଆମ ଷ୍ଟ୍ରାଇକ୍‌ ସମ୍ପର୍କରେ ଜାଣିପାରିବାର ଆଶଙ୍କା ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos