ଲ୍ୟାଣ୍ଡିଂ ବେଳେ ମୁହଁ କଚାଡ଼ି ପଡ଼ିଲା ଯାତ୍ରୀବାହୀ ବିମାନ, ଦେଖନ୍ତୁ ଭିଡିଓ

ୟାଙ୍ଗୁନ: ମିଆଁମାରଠାରେ ଏକ ଅବିଶ୍ୱସନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ(ଅବତରଣ) ବେଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି। ବିମାନଟି ଲ୍ୟାଣ୍ଡିଂ ପାଇଁ ରନ୍‌ୱେକୁ ଖସୁଥିବା ବେଳେ ଏହାର ଲ୍ୟାଣ୍ଡିଂ ଗିୟର୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ବିମାନଟିର ଲ୍ୟାଣ୍ଡିଂ କ୍ରାଶ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ପାଇଲଟ୍‌ ଜଣଙ୍କ ନିଜର ବୁଦ୍ଧି ଖଟାଇ ବିମାନର ଅଗ୍ରଭାଗ ବା ନୋଜ୍ ସହାୟତାରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସକ୍ଷମ ହୋଇଥିଲେ। ମିଆଁମାର […]

sas

sas

Hemant Lenka
  • Published: Sunday, 12 May 2019
  • Updated: 12 May 2019, 06:14 PM IST

Sports

Latest News

ୟାଙ୍ଗୁନ: ମିଆଁମାରଠାରେ ଏକ ଅବିଶ୍ୱସନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ(ଅବତରଣ) ବେଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି। ବିମାନଟି ଲ୍ୟାଣ୍ଡିଂ ପାଇଁ ରନ୍‌ୱେକୁ ଖସୁଥିବା ବେଳେ ଏହାର ଲ୍ୟାଣ୍ଡିଂ ଗିୟର୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ବିମାନଟିର ଲ୍ୟାଣ୍ଡିଂ କ୍ରାଶ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ପାଇଲଟ୍‌ ଜଣଙ୍କ ନିଜର ବୁଦ୍ଧି ଖଟାଇ ବିମାନର ଅଗ୍ରଭାଗ ବା ନୋଜ୍ ସହାୟତାରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସକ୍ଷମ ହୋଇଥିଲେ।

ମିଆଁମାର ନ୍ୟାଶନାଲ ଏୟାରଲାଇନ୍ସର ଏହି ବିମାନଟି ରବିବାର ସକାଳେ ମ୍ୟାଣ୍ଡାଲେ ଏୟାରପୋର୍ଟରେ ଅବତରଣ କରିବାର ଥିଲା। ଏଥିରେ ୧୧୪ ଜଣ ଯାତ୍ରୀ ରହିଥିଲେ। ତେବେ ଲ୍ୟାଣ୍ଡ କଲା ବେଳେ ଏହାର ଲ୍ୟାଣ୍ଡିଂ ଗିୟର କାମ କରିନଥିଲା। ଫଳରେ ଏହାର ଅଗ୍ରଭାଗରେ ଥିବା ସିଙ୍ଗଲ ଚକା ଲ୍ୟାଣ୍ଡିଂ ପାଇଁ ଖୋଲି ନଥିଲା। ତେବେ ପାଇଲଟ୍‌ ଜଣଙ୍କ ଏଥିରେ ଭୟଭୀତ ନ ହୋଇ ନୋଜ୍ ଲ୍ୟାଣ୍ଡିଂ କରିଥିଲେ ଏବଂ ବିମାନରେ ଥିବା ସମସ୍ତେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ।

ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos