୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଏମିତି କଥା କହିଲେ ମୋଦି

ନୂଆଦିଲ୍ଲୀ: ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା ୨୪ ଜଣ ଶ୍ରମିକ ଆଜି ଉତ୍ତର ପ୍ରଦେଶର ଔରୈୟାରେ ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହିପରି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସରକାର ରିଲିଫ କାମରେ ଲାଗିଥିବା ସେ ଦେଶବାସୀଙ୍କୁ ଜଣାଇଛନ୍ତି। ମୋଦି କହିଛନ୍ତି, “ଉତ୍ତର ପ୍ରଦେଶର ଔରୈୟାରେ ଘଟିଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର। ସରକାର […]

n

n

Hemant Lenka
  • Published: Saturday, 16 May 2020
  • Updated: 16 May 2020, 11:31 AM IST

Sports

Latest News

ନୂଆଦିଲ୍ଲୀ: ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା ୨୪ ଜଣ ଶ୍ରମିକ ଆଜି ଉତ୍ତର ପ୍ରଦେଶର ଔରୈୟାରେ ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହିପରି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସରକାର ରିଲିଫ କାମରେ ଲାଗିଥିବା ସେ ଦେଶବାସୀଙ୍କୁ ଜଣାଇଛନ୍ତି।

ମୋଦି କହିଛନ୍ତି, “ଉତ୍ତର ପ୍ରଦେଶର ଔରୈୟାରେ ଘଟିଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର। ସରକାର ଘଟଣା ପରେ ରିଲିଫ କାମରେ ଲାଗିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରୁଛି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”

ଭୋର ପ୍ରାୟ ୩.୩୦ରେ ଟ୍ରକ ଯୋଗେ ଶ୍ରମିକମାନେ ରାଜସ୍ଥାନରୁ ଫେରୁଥିଲେ। ହେଲେ ଔରୈୟା ଠାରେ ସେମାନଙ୍କ ଟ୍ରକ୍ ସହ ଆଉ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟାସ୍ଥଳରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଟ୍ରକରେ ଅଧିକାଂଶ ଝାରଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ଶ୍ରମିକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos